Latest Odisha News

BREAKING NEWS

ବାତ୍ୟାକୁ ଦେଖି କଳାବଜାରୀ କରୁଛନ୍ତି କି ବିକ୍ରେତା? ଏହି ନମ୍ୱରରେ କଲ୍ କରନ୍ତୁ….

ଭୁବନେଶ୍ୱର: କରାଳ ରୂପ ନେଇ ଧୀରେ ଧୀରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ସେପଟେ କିନ୍ତୁ ବାତ୍ୟା ଦାନାର ପ୍ରଭାବ ପନିପରିବା ତଥା ଅନ୍ୟାନ୍ୟ ସାମଗ୍ରୀ ଉପରେ ପଡ଼ିଛି। ଯେଉଁ କାରଣରୁ ହନ୍ତସନ୍ତ ହେଉଛନ୍ତି ଖାଉଟି। ପରିବା ତ ୧୦୦ ଛୁଇଁଲାଣି।

ଅତ୍ୟାବଶ୍ୟକ ଜିନିଷ ଉପରେ ଦର ଅହେତୁକ ବୃଦ୍ଧି ହେବା ଅଭିଯୋଗ ହେବା ପରେ, ଏହାକୁ ନେଇ ଖାଉଟିଙ୍କ ହିତରେ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ତେବେ ଯଦି ଆପଣଙ୍କ ଆଖ ପାଖରେ କଳାବଜାରୀ ସାମ୍ନାକୁ ଆସୁଛି ତାହା ହେଲେ ସଙ୍ଗେ ସଙ୍ଗେ ବିଭାଗ ପକ୍ଷରୁ ଜାରି ହୋଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୪- ୨୩୯୬୨୨୭ ରେ ଅଭିଯୋଗ କରିପାରିବେ। ଏନେଇ ସୂଚନା ଦେଇଛନ୍ତି  ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Leave A Reply

Your email address will not be published.