Latest Odisha News

BREAKING NEWS

ବଜେଟ ଅଧିବେଶନ ପୂର୍ବରୁ ଗୃହକୁ ଫେରିବେ ନିଲମ୍ବିତ ୧୪୬ ସାଂସଦ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଚଳିତ ଅଧିବେଶନ ପୂର୍ବରୁ ସମସ୍ତ ନିଲମ୍ବିତ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ।ଗତ ଶୀତ ଅଧିବେଶନରେ ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ ପାଇଁ ଉଭୟ ଗୃହର ୧୪୬ସାଂସଦକୁ ନିଲମ୍ବିତ କରାଯାଇଥିଲା । ସମସ୍ତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ଉଭୟ ଗୃହର ପ୍ରୋସିଡିଂ ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଛି । ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକ ଶେଷ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି ।

ଅପରାହ୍ନରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ପରେ ଯୋଶୀ କହିଛନ୍ତି, ‘ସମସ୍ତ ସାଂସଦ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବ । ଏ ସମ୍ପର୍କରେ ସେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତିଙ୍କ ସହ କଥା ହୋଇଛନ୍ତି । ନିଲମ୍ବନ ପ୍ରତ୍ୟାହାର ସମ୍ପର୍କରେ ସେ ସରକାରଙ୍କ ପକ୍ଷରୁ ଅନୁରୋଧ କରିଛନ୍ତି । ଏହା ଉଭୟଙ୍କ କ୍ଷମତାସୀନ ବ୍ୟାପାର । ନିଲମ୍ବିତ ସଦସ୍ୟଙ୍କୁ ପୁଣି ଥରେ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିବା ସୁଯୋଗ ଦେବା ସମ୍ପର୍କରେ ଉଭୟ ଉପରାଷ୍ଟ୍ରପତି ଓ ବାଚସ୍ପତି ସରକାରଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏଥିପାଇଁ ପ୍ରୋସିଡିଂ ମଧ୍ୟ ଆରମ୍ଭ କରିବାକୁ ଉଭୟ ଗୃହର ଅଧିକାରୀଙ୍କୁ ମଧ୍ୟ କୁହାଯାଇଛି ‘।

ଶୀତ ଅଧିବେଶନରେ ଲୋକସଭା ଓ ସଂସଦ ବାହାରେ ଦେଖାଯାଇଥିବା ସୁରକ୍ଷା ବିଭ୍ରାଟ ଘଟଣାରେ ବିରୋଧୀ ସାଂସଦମାନେ ଗୃହରେ ହଟ୍ଟଗୋଳ କରିଥିଲେ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ସେମାନେ ଗୃହକାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ଫଳରେ ଉଭୟ ଗୃହରୁ ମୋଟ ୧୪୬ ବିରୋଧୀ ଦଳର ସାଂସଦଙ୍କୁ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା ।

Leave A Reply

Your email address will not be published.