Latest Odisha News

BREAKING NEWS

୫ମାସ ପରେ ସମ୍ବଲପୁରରେ ଖୋଲିଲା ସରକାରୀ କାର୍ଯ୍ୟାଳୟ

ସମ୍ବଲପୁର : ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଯୋଗୁଁ ୫ମାସ ଧରି ବନ୍ଦ ରହିଥିବା ସରକାରୀ କାର୍ଯ୍ୟାଳୟ ମଙ୍ଗଳବାର ଦିନ ଖୋଲାଯାଇଛି ।

ସରକାରୀ କାର୍ଯ୍ୟାଳୟ ଗୁଡିକୁ ଖୋଲିବା ପାଇଁ ସୋମବାର ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ଜଣେ ବରିଷ୍ଠ ଓକିଲ କହିଛନ୍ତି ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବପରି ଅଦାଲତର ସମସ୍ତ କାର୍ଯ୍ୟ ବନ୍ଦ ରହିବ ।

ଉଲ୍ଲେଖନୀୟ ଯେ, ପଶ୍ଚିମ ଓଡିଶା ଓକିଲ ସଂଘ ଓ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ଗତ ବର୍ଷ ଡିସେମ୍ବର ୫ ତାରିଖରେ ଅନିଶ୍ଚିତକାଳୀନ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ । ତେବେ ଏହାପରେ ପରେ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରି ଦିଆଯାଇଥିଲା । ଫଳରେ ସହରରେ ବିଭିନ୍ନ ସରକାରୀ କାର୍ଯ୍ୟ ଏକପ୍ରକାର ଠପ୍ ହୋଇଯାଇଥିଲା ।

ଆହୁରି ମଧ୍ୟ ରାଜ୍ୟ ସରକାର ବଜେଟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରିବା ପରେ ଓକିଲ ସଂଘ ଏହି ପଦକ୍ଷେପ ଗ୍ରହଣ କରିଛି ।

Leave A Reply

Your email address will not be published.