Latest Odisha News

BREAKING NEWS

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପୋଲିସର ଏନକାଉଣ୍ଟରରେ ସୋମବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।

ଆହତ ଅପରାଧୀ ଜଣକ ଗଣେଶ ମଲ୍ଲିକ ବୋଲି ଜଣାପଡିଛି । ଏହି ଏନକାଉଣ୍ଟରରେ ଗଣେଷର ଡାହାଣ ଗୋଡରେ ଗୁଳି ବାଜିଥିବା ନେଇ ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଏସଡିପିଓ ରାଜିବ ଲୋଚନ ପଣ୍ଡା କହିଛନ୍ତି, ସରସ୍ୱତୀ ମେଲଣ ପାଇଁ ଗଣେଶ ହଲପୁର ଗ୍ରାମକୁ ଆସିଥିବା ବେଳେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ତାକୁ ଧରିବା ପାଇଁ ଯାଇଥିଲା । ପୋଲିସକୁ ଦେଖି ଗଣେଷ ପୋଲିସ୍ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲା । ଏହାର ଜବାବ ଦେବାକୁ ଯାଇ ପୋଲିସ୍ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା।

ଗଣେଶ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ୬ଟି ଗୁଳି ଜବତ ହୋଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ଅନ୍ୟପକ୍ଷରେ ଆହତ ଗଣେଶକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଗଣେଶ ନାମରେ କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ରାଉରକେଲା, ଯାଜପୁର, କଟକ, ଖୋର୍ଦ୍ଧା ଓ ବାଲିଚନ୍ଦ୍ରପୁର ଥାନାରେ ହତ୍ୟା, ଲୁଟ୍, ଡକାୟତି ଓ ଦୁଷ୍କର୍ମ ଭଳି ୪୦ରୁ ଅଧିକ ଅପରାଧିକ ମାମଲା ରହିଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.