ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ଲିଷ୍ଟରୁ ବାଦ୍ ପଡିଲା ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର । ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ଦେଖି ଫେସ ମାସ୍କ ଏବଂ ସାନିଟାଇଜରର ଗୁରୁତ୍ୱକୁ ବିଚାରକୁ ନେଇ ଭାରତ ସରକାର ମାର୍ଚ୍ଚ ମାସରେ ଏହି ଦୁଇଟି ଜିନିଷକୁ ଏସେନସିଆଲ୍ କମୋଡିଟିସ୍ ଆକ୍ଟରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି ।
ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ବର୍ତ୍ତମାନ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରକୁ ଜରୁରୀ କମୋଡିଟି ଆକ୍ଟରୁ ହଟାଇ ଦେଇଛି। ନିଷ୍ପତ୍ତିକୁ ନେଇ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରର ଉପଲବ୍ଧତା କିମ୍ବା ସୁଲଭତା ସମ୍ପର୍କରେ ରାଜ୍ୟରୁ କୌଣସି ଅଭିଯୋଗ ନଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ତେବେ ଅତ୍ୟାବଶ୍ୟକ ତାଲିକାରୁ ଉତ୍ପାଦଗୁଡିକୁ ସରକାର ହଟାଇବା ପରେ ଏହି ଦୁଇଟି ଜିନିଷର ଉତ୍ପାଦନରେ ନିୟୋଜିତ ଥିବା କମ୍ପାନୀଗୁଡିକ ଏବେ ନିଜ ହିସାବରେ ଫେସ୍ ମାସ୍କ ଏବଂ ସାନିଟାଇଜର ମୂଲ୍ୟ ଧାର୍ଯ୍ୟ କରିପାରିବେ ।
Comments are closed.