Latest Odisha News

BREAKING NEWS

ଖୋଲା ଆକାଶ ତଳେ ଚାଲିଛି ପାଠପଢ଼ା

ଡୁମକା: ଇଣ୍ଟରନେଟ୍ ନ ପାଇ ଅନଲାଇନ୍ କ୍ଲାସରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଶିକ୍ଷକ ନେଇଛନ୍ତି ଏକ ଭିନ୍ନ ପଦକ୍ଷେପ ।

ମାର୍ଚ୍ଚରୁ କରୋନାଭାଇରସ୍ ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବାରୁ ସେମାନେ ଛାତ୍ର ଘରକୁ ନେଇଯାଇଛନ୍ତି ଶ୍ରେଣୀଗୃହ ।

ଶିଶୁ ଘରର ବାହ୍ୟ କାନ୍ଥଗୁଡ଼ିକ ବ୍ଲାକବୋର୍ଡରେ ପରିଣତ କରାଯାଇଛି । ଛାତ୍ରମାନେ ଖୋଲା ଶ୍ରେଣୀଗୃହରେ ସମସ୍ତ ସାମାଜିକ ଦୂରତା ନୀତି ଅନୁସରଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି ।

କୋଭିଡ ଯୋଗୁଁ ଶିକ୍ଷା ପ୍ରଭାବିତ ହୋଇଥିବା ତଥା ଛାତ୍ରମାନଙ୍କର ସ୍ମାର୍ଟଫୋନ୍ ନଥିବା କାରଣରୁ ଏହି ପଦକ୍ଷେପ ନେଇଥିବା ଜଣେ ଶିକ୍ଷକ କୁହନ୍ତି । ‘ଆପଣଙ୍କ ଦ୍ୱାରରେ ଶିକ୍ଷା’ ଭଳି ଏକ ଅଭିଯାନ ଆରମ୍ଭ କରି କାନ୍ଥରେ ୧୦୦ରୁ ଅଧିକା ବ୍ଲାକବୋର୍ଡ ତିଆରି କରି ଶିକ୍ଷାଦାନ କରାଯାଇଛି । ଯଦ୍ୱାରା ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇନଥିବା ଜଣେ ଶିକ୍ଷକ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି।

“ମହାମାରୀ ହେତୁ ଆମର ବିଦ୍ୟାଳୟଗୁଡ଼ିକ ବନ୍ଦ, ତେଣୁ ଆମେ ନିଜ ଗାଁରେ ଅଧ୍ୟୟନ କରୁଛୁ । ଆମର ଶିକ୍ଷକମାନେ ଆମକୁ ଆସି ପଢ଼ାଉଛନ୍ତି, ଯାହା ଦ୍ୱାରା ଆମେ ଶିକ୍ଷା ଗ୍ରହଣ କରିପାରୁଛୁ” ବୋଲି ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ପାର୍ବତୀ କହିଛନ୍ତି।

ଡୁମକା ଡେପୁଟି କମିଶନର ରାଜେଶ୍ୱର ବି ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଅନ୍ୟ ଶିକ୍ଷକମାନଙ୍କୁ ଏହି ପଦ୍ଧତି ଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି ।

Comments are closed.