Latest Odisha News

ଭିଜିଲାନ୍ସ ଜାଲରେ ରାଜସ୍ବ ସହକାରୀ ଅଧିକାରୀ

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଡେଭଲପମେଣ୍ଟ ସେକ୍ସନ ରାଜସ୍ବ ସହକାରୀ ଅଧିକାରୀ ପ୍ରକାଶ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଡଙ୍ଗଶାଲୀ ଅଞ୍ଚଳ ଅନ୍ତର୍ଗତ ବିଳାସ ନାୟକଙ୍କ ଏକ କାମ କରାଇଦେବାକୁ କହି ପ୍ରତିବଦଳରେ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ । ପରେ ପୂର୍ବ ଯୋଜନା ମୁତାବକ କୋରାପୁଟ ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିବା ସହ ଟଙ୍କା ଜବତ କରିଥିଲେ ।

Leave A Reply

Your email address will not be published.