Latest Odisha News

HSRP ଲଗାଇବା ଅବଧିକୁ ମାସେ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ

କଟକ: HSRP ଲଗାଇବା ଅବଧି ବଢ଼ିବ । ଭିତ୍ତିଭୂମି ନଥାଇ HSRP ଲଗାଇବା ସମୟସୀମାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ଅବଧି ମାସେ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । ଆଉ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ସରକାର ହାଇକୋର୍ଟରେ ପ୍ରସ୍ତାବ ଦେଇଛନ୍ତି । ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିବେ ସରକାର । ସ୍ଲଟ ବୁକିଂ ପାଇଁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩ ଓ ୪ ଥିଲେ ଅକ୍ଟୋବର ୧ ସୁଦ୍ଧା ନମ୍ବର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଥିଲା । ସେହିଭଳି ଅକ୍ଟୋବର ୩୧ ସୁଦ୍ଧା ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୫, ୬ ଥିଲେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଥିଲା ।

ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୭ ଓ ୮ ଥିଲେ ନଭେମ୍ବର ୩୦ ସୁଦ୍ଧା ଓ ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୯ ଓ ଶୂନ ଥିଲେ ଡିସେମ୍ବର ୩୧ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୧୯ ଏପ୍ରିଲ୍ ୧ ପୂର୍ବରୁ କିଣା ଯାଇଥିବା ସମସ୍ତ ପୁରୁଣା ଗାଡ଼ିରେ ମଧ୍ୟ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି ।

ଏଥିପାଇଁ ଜୁନ୍ ୧ରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇଥିଲା । ପୂର୍ବରୁ ଦୈନକ ୭ରୁ ୮ ହଜାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ବୁକିଂ ହେଉଥିବା ବେଳେ ଏବେ ଦୈନିକ ୬୦ରୁ ୭୦ ହଜାର ବୁକିଂ ହେଉଛି ।

Leave A Reply

Your email address will not be published.