Latest Odisha News

BREAKING NEWS

Browsing Tag

Orissa High Court

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୂରଲୀଧର ଅଗଷ୍ଟ ୭ରେ ଅବସର ଗ୍ରହଣ କରିବେ । ଜଷ୍ଟିସ୍ ଏସ୍ ମୂରଲୀଧରଙ୍କ ସ୍ଥାନରେ…

ନିୟମିତ ହେବେ ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟର, ୩ ମାସ ମଧ୍ୟରେ ଲାଗୁ କରିବାକୁ…

କଟକ : ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। କାରଣ; ୩ ମାସ ମଧ୍ୟରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ବୁଧବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୩ ମାସ ମଧ୍ୟରେ ଏହାକୁ ଲାଗୁ କରିବା ସହ…

ଏଣିକି ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀ :…

କଟକ : ଏଣିକି ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀମାନେ ସରକାରୀ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ। ଏ ସମ୍ପର୍କରେ ଆଗତ ଏକ ମାମଲାର ବିଚାର କରି ପୂର୍ବରୁ ହାଇକୋର୍ଟଙ୍କ ଜଣକିଆ ପୀଠ ଦେଇଥିବା ରାୟକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌‌. ମୁରଲୀଧର ଓ…

ଓଡ଼ିଶା ହାଇକୋର୍ଟରେ ବାହାରିଲା ନିଯୁକ୍ତି; ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ କରିପାରିବେ ଆବେଦନ

ଭୁବନେଶ୍ୱର : ଯୁବପୀଢ଼ିଙ୍କ ପାଇଁ ଆସିଲା ଖୁସି ଖବର । ଓଡ଼ିଶା ହାଇକୋର୍ଟରେ ପାଇପାରିବେ ନିଯୁକ୍ତି। ଏନେଇ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନିୟର ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ…

ବାବୁସାନଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦ; ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲାରେ ପୁନଃ ତଦନ୍ତ ହେବ। ଦୁଇ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ…

HSRP ଲଗାଇବା ଅବଧିକୁ ମାସେ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ

କଟକ: HSRP ଲଗାଇବା ଅବଧି ବଢ଼ିବ । ଭିତ୍ତିଭୂମି ନଥାଇ HSRP ଲଗାଇବା ସମୟସୀମାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ଅବଧି ମାସେ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । ଆଉ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ସରକାର ହାଇକୋର୍ଟରେ ପ୍ରସ୍ତାବ ଦେଇଛନ୍ତି । ଏନେଇ ଆଜି ବିଜ୍ଞପ୍ତି…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା: ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଖାରଜ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି । ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ମାନସ ନିଖୋଜ ନେଇ ପରିବାର ଲୋକ ଫେବ୍ରୁଆରୀ ୧୪ ତାରିଖରେ ଚାନ୍ଦବାଲି ଥାନାରେ ଏତଲା…

ମମିତା ହତ୍ୟା ମାମଲା: ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସରକାରଙ୍କୁ ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ତଦନ୍ତ କେତେଦୂର ଆଗେଇଛି ସେ ନେଇ ରିପୋର୍ଟ ମାଗିଛନ୍ତି କୋର୍ଟ । ଆସନ୍ତା ୩ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଜଷ୍ଟିସ ବିଶ୍ୱଜିତ…

ଜେଲରେ ଓକିଲଙ୍କୁ ସାକ୍ଷାତ କରିପାରିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅନୁମତି ଦେଲେ ହାଇକୋର୍ଟ

କଟକ: କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦିଆଯିବ । ଏସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ. ଆର୍.…

ପୂଜାଛୁଟି ପାଇଁ ବନ୍ଦ ରହିବ ଓଡିଶା ହାଇକୋର୍ଟ

କଟକ: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ପୂଜା ଛୁଟି ପାଇଁ ଓଡ଼ିଶା ହାଇକୋର୍ଟ ବନ୍ଦ ରହିଛି। ନଭେମ୍ବର ୨ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବା ନେଇ ସୂଚନା ମିଳିଛି। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୨୮ ରେ ଗୋଟିଏ ଦିନ ପାଇଁ ଶୁଣାଣି ହେବ ।…