Latest Odisha News

BREAKING NEWS

ବୁମରାହଙ୍କ ସ୍ଥାନରେ ସାମିଲ ହେଲେ ସିରାଜ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଆଜି ଭାରତୀୟ ଦଳରେ ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି । ବିସିସିଆଇ ଚୟନ କମିଟି ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଆଘାତ ସମସ୍ୟା ଯୋଗୁ ବୁମରାହ ଓହରି ଯାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି୨୦ରେ ଭାରତ ସହଜ ବିଜୟ ହାସଲ କରିଛି । ସିରିଜର ବାକି ୨ଟି ମ୍ୟାଚ ଅକ୍ଟୋବର ୨ ଓ ୪ରେ ଗୌହାଟୀ ଏବଂ ଇନ୍ଦୋରରେ ଖେଳାଯିବ । ଡାକ୍ତର ତାଙ୍କୁ ୪ରୁ ୬ ସପ୍ତାହ ବିଶ୍ରାମ ପରାମର୍ଶ ଦେଇଥିବାରୁ ବୁମରାହ ଟି୨୦ ବିଶ୍ୱକପ ଦଳରୁ ମଧ୍ୟ ଓହରି ଯାଇଛନ୍ତି । ଏହା ବିଚାରକୁ ନେଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ପେସ ବୋଲରଙ୍କୁ ତାଙ୍କ ସ୍ଥାନରେ ସାମିଲ କରାଯାଇପାରେ ।

ଭାରତୀୟ ଟିମ:ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀନେଶ କାର୍ତିକ, ରବିଚନ୍ଦ୍ରନ ଅଶ୍ୱୀନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ଦୀପକ ଚହର, ଉମେଶ ଯାଦବ, ଶ୍ରେୟାଶ ଆୟାର, ଶାହାବାଜ ଅହମ୍ମଦ ଓ ମହମ୍ମଦ ସିରାଜ ।

Leave A Reply

Your email address will not be published.