Latest Odisha News

BREAKING NEWS

ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ଲାଗି ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ରାଜ୍ୟର ସଂଖ୍ୟା ଲଘୁ ସମ୍ପ୍ରଦାୟର ଧର୍ମାନୁଷ୍ଠାନ ଗୁଡିକର ବିକାଶ ଲାଗି ୧୬ କୋଟି ଟଙ୍କା ମଞ୍ଜୁର ପ୍ରଦାନ କରିଛନ୍ତି ।

ସ୍ପେଶାଲ୍ ପ୍ରୋବଲେମ୍ ଫଣ୍ଡରୁ୧୬ କୋଟି ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ତନ୍ମମଧ୍ୟରୁ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯିବ । ସେଥିମଧ୍ୟରେ ରହିଛି ଭୁବନେଶ୍ୱରର ସତ୍ୟନଗରସ୍ଥିତ ଯିଶୁ କ୍ରିଷ୍ଟ ଚର୍ଚ୍ଚ ଓ ମଦର ମେରୀ କ୍ୟାଥୋଲିକ ଚର୍ଚ୍ଚ । ଭୁବନେଶ୍ୱରର ୟୁନିଟ୍‌-୪ସ୍ଥିତ କ୍ୟାପିଟାଲ୍ ମସଜିଦ, ମିଶନ ରୋଡରେ ଥିବା ଓଡିଆ ବାପଟିଷ୍ଟ ଚର୍ଚ୍ଚ ଏବଂ କଟକର ଦରଘା ବଜାରରେ ଥିବା କଦମ-ଏ-ରସୁଲ୍ ମସଜିଦକୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ଏହାବ୍ୟତିତ କେନ୍ଦ୍ରାପଡାର ଫକିରାବାଦ ମାର୍କଜୀ ମସଜିଦ, ଭଦ୍ରକର ପୁରୁଣା ବଜାରସ୍ଥିତ ପୁରୁଣା ବଜାର ଜାମା ମସଜିଦ, ସମ୍ବଲପୁରର ପଲଟନ୍ ମସଜିଦ୍ ଏବଂ ସନ୍ଥ ଜୋସେଫ୍ କ୍ୟାଥଡ୍ରେଲ୍ (ରୋମନ କ୍ୟାଥଲିକ), ଭାପୁର ବଜାରରେ ଥିବା ଜାମିଆ ମସଜିଦ ଓ ବ୍ରହ୍ମପୁର ଗିରି ରୋଡରେ ଥିବା ଓଡିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ରାଉରକେଲାରେ ବିଶପ ମେଶିନାରୀ (ରୋମନ କ୍ୟାଥେଲିକ୍‌) ଏବଂ ରାଜଗାଙ୍ଗପୁରର ସୁନ୍ନି ଜାମା ମସଜିଦକୁ ୧ କୋଟି ଟଙ୍କା ପ୍ରଦାନ କରାଯିବ ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Leave A Reply

Your email address will not be published.