Latest Odisha News

BREAKING NEWS

ଆଜି ବିଧାନସଭାରେ ହେବ ରାଜ୍ୟ ବଜେଟ ଉପସ୍ଥାପନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ କାମଚଳା ବଜେଟ ଉପସ୍ଥାପନ ହେଉଛି । ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ଏହି ଆର୍ଥିକ ବଜେଟ ଗୃହରେ ଉପସ୍ଥାପନ କରିବେ ।

ରାଜ୍ୟ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକ ଫେବୃଆରୀ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା, ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆସନ୍ତା ୪ ମାସ ନିମନ୍ତେ ୫୫,୮୫୫ ବ୍ୟୟ ବରାଦର ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଏକ କାମଚଳା ବଜେଟ ଲାଗି ପ୍ରସ୍ତାବ ଗୃହିତ ହୋଇଥିଲା । ଗତଥରର ବଜେଟରେ ଆକାର ୧ ଲକ୍ଷ ୩୨ ହଜାର କୋଟି ଟଙ୍କା ରହିଥିବା ବେଳେ ଏହା ୨୦୧୯-୨୦ ଆର୍ଥିକ ବର୍ଷରେ ୧୨ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିିଛି ।

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଜେଟରେ ନିଶ୍ଚିତ ରୂପେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିମୂମି ତଥା ଗ୍ରାମୀଣ ବିକାଶକୁ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି । ଏଥି ସହିତ ଏହି ବଜେଟରେ ରାଜ୍ୟ ସରକାର କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ଘୋଷଣା କରିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଅର୍ଥନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି ।

Leave A Reply

Your email address will not be published.