Latest Odisha News

BREAKING NEWS

ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ସରକାର

ଭୁବନେଶ୍ୱର : ଚଳିତ ବର୍ଷ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ଓ ରହିବା ବ୍ୟବସ୍ଥା କରିବେ ସରକାର । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ଏପରି ସୁବିଧା କରିଥିବା ଜଣାପଡିଛି ।

ଜେଇଇ ମେନ ପରୀକ୍ଷା ଆସନ୍ତା ୧ରୁ ୬ ତାରିଖ ମଧ୍ୟରେ ହେବ । ଏଥି ପାଇଁ ରାଜ୍ୟର ୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତ ବର୍ଷ ୩୭ ହଜାର ପରୀକ୍ଷାର୍ଥୀ ଜେଇଇ ଓ ନିଟ୍ ପରୀକ୍ଷା ଦେବେ ।

ଏବେ ବିଭିନ୍ନ ଜିଲ୍ଲାରେ କରୋନା ନେଇ କଟକଣା ରହିଛି । ଯେଉଁ ପରୀକ୍ଷାର୍ଥୀମାନେ ନିଜ ବ୍ୟବସ୍ଥାରେ ପରୀକ୍ଷା କେନ୍ଦ୍ରକୁ ଆସୁଛନ୍ତି ତାଙ୍କୁ କେହି ରାସ୍ତାରେ ଅଟକାଇବେ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଯଦି ସେମାନଙ୍କର ନିଜେ ଆସିବା ପାଇଁ କୌଣସି ସୁବିଧା ନାହିଁ ତାହା ଜଣାଇଲେ ପ୍ରତି ଜିଲ୍ଲାରେ ହୋଇଥିବା ନୋଡାଲ ସେଣ୍ଟରରେ ଜଣାଇଲେ ସେମାନଙ୍କୁ ଆଣିବାର ସୁବିଧା କରାଯିବ । ଏଥି ସହ ରହିବା ପାଇଁ କୌଣସି ସୁବିଧା ନ ଥିଲେ ତାଙ୍କୁ ରହିବା ପାଇଁ ମଧ୍ୟ ଦିଆଯିବ । ସେମାନଙ୍କ ବାପା କିମ୍ବା ମାଆ ମଧ୍ୟ ସେମାନଙ୍କ ସହ ଆସିପାରିବେ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.