Latest Odisha News

BREAKING NEWS

ଝିଅଙ୍କ ବିବାହର ସର୍ବନିମ୍ନ ବୟସ ଶୀଘ୍ର ସ୍ଥିର କରିବେ ସରକାର: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କମିଟିର ରିପୋର୍ଟ ଆସିବା ପରେ ଖୁବ୍ ଶୀଘ୍ର ସରକାର ଝିଅ ମାନଙ୍କ ବିବାହର ସର୍ବନିମ୍ନ ବୟସ ସ୍ଥିର କରିପାରନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଖାଦ୍ୟ ଓ କୃଷି ସଙ୍ଗଠନର ୭୫ତମ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶୁକ୍ରବାର ଦିନ ପ୍ରକାଶ କରିଛନ୍ତି । ଯେଉଁଠାରେ ଭିଡିଓ କନଫରେନ୍ସି ଜରିଆରେ ୭୫ ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନା ମଧ୍ୟ କରାଯାଇଥିଲା ।

ଅଧିକ ପଢନ୍ତୁ- ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଣ୍ଣୟ କରିବ ଟାସ୍କଫୋର୍ସ !

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଆମ ଝିଅମାନଙ୍କର ବାହାଘରର ସଠିକ୍ ବୟସ ସ୍ଥିର କରିବା ନେଇ ଚର୍ଚ୍ଚା ହେଉଛି । ମୋତେ ଦେଶବ୍ୟାପୀ କିଛି ଝିଅମାନେ ପଚାରିଛନ୍ତି ଯେ ଏସମ୍ପର୍କରେ କୌଣସି ରିପୋର୍ଟ ଆସିଛି କିନାହିଁ । ହେଲେ ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେଉଛି, ଗଠିତ କିମଟିର ରିପୋର୍ଟ ଆସିବା ପରେ ଏହା ଉପରେ ସରକାର ତୁରନ୍ତ କାମ କରିବେ”।

Leave A Reply

Your email address will not be published.