Latest Odisha News

BREAKING NEWS

ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଣ୍ଣୟ କରିବ ଟାସ୍କଫୋର୍ସ !

ନୂଆଦିଲ୍ଲୀ: ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଦ୍ଧାରଣ କରିବ କେନ୍ଦ୍ରସରକାରଙ୍କ ଟାସ୍କଫୋର୍ସ । ଦେଶରେ ମାତୃ ମୃତ୍ୟୁ ହାର ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଥିବା ଆଜି ବଜେଟ ଉପସ୍ଥାପନା ସମୟରେ ଇସାରା ଦେଇଛନ୍ତି ଅର୍ଥମନ୍ତ୍ରୀ।

ଦେଶରେ ବଢୁଥିବା ମାତୃହାର କମାଇବ ପାଇଁ ମହିଳାଙ୍କ ନୂଆ ବିବାହ ବୟସ ସ୍ଥିର ହେବ ବୋଲି ସଂସଦରେ ବଜେଟ୍ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି ।

ନିର୍ମଳା କହିଛନ୍ତି, ” ଦେଶରେ ପ୍ରତି ୧୦୦୦ ଜଣ ମହିଲରେ ୪ଜଣରୁ ଅଧିକ ମହିଳାଙ୍କର ପ୍ରସବ ସମୟରେ ମୃତ୍ୟୁ ହେଉଛି । ତେଣୁ ଏହାକୁ ରୋକିବା ପାଇଁ ମହିଳାଙ୍କ ମାତୃତ୍ୱ ବୟସ ନିର୍ଦ୍ଧାରଣ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ମହିଳାଙ୍କ ସର୍ବନିମ୍ନ ବିବାହ ବୟସରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ।

ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ସ୍ଥିର କରିବାକୁ ଟାସ୍କଫୋର୍ସ ଗଠନ କରିବେ କେନ୍ଦ୍ର ସରକାର । ଟାସ୍କଫୋର୍ସର ପ୍ରସ୍ତାବ ଆଧାରରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଦେଶରେ ବର୍ତ୍ତମାନ ପୁରୁଷଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ଥିବାବେଳେ ମହିଳାଙ୍କ ପାଇଁ ଏହି ବୟସ ୧୮ ବର୍ଷ ରହିଛି ।

Leave A Reply

Your email address will not be published.