Latest Odisha News

BREAKING NEWS

ଆରମ୍ଭ ହେଲା +୩ରୁ ଯୁକ୍ତ ୨ କଲେଜ ଅଲଗା ହେବା ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟର ଯୁକ୍ତ ୩ କଲେଜରୁ ଏବେ ଯୁକ୍ତ ଦୁଇ କନିଷ୍ଠକୁ କଲେଜ ଗୁଡିକୁ ଅଲଗା କରିବା ଲାଗି ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ରାଜ୍ୟ ସଚିବାଳୟ ଠାରେ ଗୁରୁବାର ଦିନ ଆୟୋଜିତ ଏକ ମିଳିତ ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମେତ ପ୍ରମୁଖ ସଚିବଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ସାହୁ କହିଛନ୍ତି ଯେ, ଯୁକ୍ତ ୩ କଲେଜ ପରିସରରେ ଚାଲୁଥିବା +୨ କଲେଜକୁ ଅଲଗା କରାଯିବ ।

ଆହୁରି ମଧ୍ୟ “ଏହି କାର୍ଯ୍ୟ ଲାଗି ପାଖାପାଖି ୩ରୁ ୪ ବର୍ଷ ଲାଗିବ । ସେପର୍ଯ୍ୟନ୍ତ ଯୁକ୍ତ ତିନି କଲେଜ ମଧ୍ୟରେ +୨ କଲେଜର କାର୍ଯ୍ୟକ୍ରମ ଜାରି ରହିବ” ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.