Latest Odisha News

କର୍ଣ୍ଣାଟକରେ ବିଜେପି ନେତାଙ୍କୁ ବାନ୍ଧିବ କଂଗ୍ରେସ !

ଭୁବନେଶ୍ୱର: ବିଜେପି ସରକାର ସମୟରେ କର୍ଣ୍ଣାଟକରେ ଯେତେ ସବୁ ସ୍କାମର ଅଭିଯୋଗ ହୋଇଛି ସବୁର ତଦନ୍ତ ହେବ। ଯେତେ ଦୁର୍ନୀତି ଓ ଅନିୟମିତତା ହୋଇଛି ସବୁର ଗୋଟି ଗୋଟି ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି।

BjdElectrycity

ପୂର୍ବ ବିଜେପି ସରକାର ସମୟରେ ମେଡିକାଲ କଲେଜ ନିର୍ମାଣଠୁ ଆରମ୍ଭ କରି ୪୦ ପ୍ରତିଶତ କମିଶନ, କୋଭିଡ ସମୟରେ ମେଡିକାଲ ଯନ୍ତ୍ରପାତି କିଣାରେ ଦୁର୍ନୀତି, ଜଳସମ୍ପଦ, ଵିଟକଏନ ଏବଂ ଚମରାଜନଗରରେ ଅମ୍ଳଜାନ ଟ୍ରାଜେଡି ଆଦି ପ୍ରସଙ୍ଗରେ ତଦନ୍ତ କରାଯିବ।

ଏପରିକି ପିଏସଆଇ ସ୍କାମର ତଦନ୍ତ ମଧ୍ୟ କରାଯାଉଛି। କେମ୍ପେଗୌଡା ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଏ କଥା କହିଛନ୍ତି।

ପୂର୍ବରୁ ବିଜେପି ସରକାର ସମୟରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକୁ କଂଗ୍ରେସ ସରକାର ବନ୍ଦ କରିଥିବା ବେଳେ ବହୁ ନିଷ୍ପତ୍ତିକୁ ବଦଳାଇ ଦେଉଛି। ବିଦ୍ୟାଳୟ ପୁସ୍ତକରେ ମଧ୍ୟ ବହୁ ବିଷୟ କଟାଯିବା ସହ ଅନ୍ୟ ବିଷୟ ଆଡ଼ କରାଯାଇଛି। ଏପରିକି କିଛି ଆଇନକୁ ପ୍ରତ୍ୟାହାର ମଧ୍ୟ କରାଯାଇଛି।

ଯାହାକୁ ବିଜେପି ଜୋରଦାର ବିରୋଧ ମଧ୍ୟ କରୁଛି। କିନ୍ତୁ କଂଗ୍ରେସ ସରକାର ଏହାକୁ ଭ୍ରୁକ୍ଷେପ ନ କରି ବିଜେପିର ନିଷ୍ପତ୍ତି ଉପରେ ଲଗାତର ପ୍ରହାର କରୁଥିବା ଦେଖିବାକୁ ମିଳିଛି।

ଏଭଳି ସ୍ଥିତିରେ ବିଜେପି ସରକାର ସମୟରେ ବହୁ ଦୁର୍ନୀତିର କଥା ଅଭିଯୋଗ ହୋଇଥିବା ବେଳେ ନିର୍ବାଚନ ବେଳେ କଂଗ୍ରେସ ଏହାକୁ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ କରିଥିଲା।

ତେଣୁ ଏବେ ସେସବୁ ଦୁର୍ନୀତିର ତଦନ୍ତ କରାଯାଇ ବିଜେପିକୁ କାଠଗଡାକୁ ଟାଣିବାକୁ କଂଗ୍ରେସ ସରକାର ଯୋଜନା କରିଛି। ତେଣୁ ଆଗକୁ ବିଜେପିର ନେତାମାନେ ତଦନ୍ତ ପରିସରକୁ ଆସିବା ସହ ଅଡୁଆରେ ପଡିପାରନ୍ତି ବୋଲି କୁହାଯାଉଛି।

ଏପରିକି ନିର୍ବାଚନ ହାରିବା ପରେ କର୍ଣ୍ଣାଟକରେ ବିଜେପି ଭିତରେ ଲଢେଇ ଚରମ ସୀମାରେ ପହଂଚିଛି। ଲୋକଙ୍କ ସାମ୍ମୁଖରେ ବିଜେପିର ବରିଷ୍ଠ ନେତାମାନେ ନିଜ ଭିତରେ ଲଢେଇ କରୁଛନ୍ତି। ତେଣୁ ଏଭଳି ସ୍ଥିତିରେ ସିଦ୍ଦରମେୟାଙ୍କ ଏଭଳି ନିଷ୍ପତ୍ତି ବିଜେପି ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.