Latest Odisha News

BREAKING NEWS

ବରଗଡ଼ରେ ଫେଲ ମାରିଛି ସରକାରଙ୍କ ବସୁଧା ଯୋଜନା: ପାଣି ନାଁ ରେ ପିଉଛନ୍ତି ଜହର

ବରଗଡ଼: ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ସ୍ଵଚ୍ଛ ପାନୀୟ ଜଳ ଯୋଗେଇବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବରଗଡରେ ମେଗା ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । ମାତ୍ର କିଛି ଆସାଧୁ ସରକାରୀ କର୍ମଚାରୀଙ୍କ ଅବହେଳା କାରଣରୁ ଫଳପ୍ରଦ ହୋଇପାରୁନାହିଁ ସରକାରକଙ୍କ ବୃହତ ଯୋଜନା | ଅସୁରକ୍ଷିତ ପାନୀୟ ଜଳ ଯୋଗାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛି ବରଗଡ ପ୍ରଶାସନ | ୩୭ କୋଟି ଟଙ୍କା ବିନିମୟରେ ୨୦୧୯ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଥିବା  ମେଗା ଜଳ ପ୍ରକଳ୍ପ ବର୍ତ୍ତମାନ ବରଗଡବାସୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି |

୩୭ କୋଟି ଟଙ୍କା ବିନିମୟରେ ବରଗଡର ବରଗାଁ ଠାରେ ନିର୍ମିତ ହୋଇଥିବା ଜଳ ପ୍ରକଳ୍ପ | ଏହି ଜଳ ପ୍ରକଳ୍ପ ଦ୍ଵାରା ବରଗଡ ସହରର  ପ୍ରାୟ ୧ ଲକ୍ଷ ୮ ହଜାର ଲୋକଙ୍କ ନିକଟକୁ ପହଞ୍ଚୁଛି ପାନୀୟ ଜଳ | ଏବେ କିନ୍ତୁ ଅସୁରକ୍ଷିତ ଭାବେ ରହିଛି ପୋଖରୀରେ ଗଚ୍ଛିତ ରଖାଯାଇଥିବା ଏହି ପାନୀୟ ଜଳ | ଗ୍ରୀଷ୍ମ ଋତୁରେ ପାଣିର ଅଭାବ ହେଉଥିବାରୁ ଦୁଇଗୋଟି ବିରାଟ ପୋଖରୀରେ କେନାଲ ପାଣି ଗଚ୍ଛିତ ରଖାଯାଇଛି | ଏହି ପୋଖରୀରୁ ପାଣି ଟ୍ରିଟମେଣ୍ଟ ପ୍ଳାଣ୍ଟ କୁ ଯାଇଥାଏ । ମାତ୍ର ଏହି ପୋଖରୀକୁ ବର୍ତ୍ତମାନ ଲୋକେ ନିତ୍ୟ ବ୍ୟବହାର କାର୍ଯ୍ୟରେ ଲଗାଉଛନ୍ତି । ବରଗଡରେ ଲୋକଙ୍କ ପିଇବା ପାଣିର ଉତ୍କଟ ସମସ୍ୟା କୁ ଦୂର କରିବା ନିମନ୍ତେ ସ୍ଵଚ୍ଛ ଓ ନିର୍ମଳ ପାଣି ଯୋଗାଣ ପାଇଁ  ବରଗାଁ ଠାରେ  ୩୭ କୋଟି ବିନିମୟରେ କରାଗଲା ମେଗା ଜଳ ପ୍ରକଳ୍ପ । ମାତ୍ର ଏବେ ପ୍ରଶ୍ନ ଉଠୁଛି ଯେ ଏହା ବରଗଡ ବାସୀଙ୍କ ପାଇଁ କେତେ ସୁରକ୍ଷିତ ?

ବରଗଡ ରୁ ୭ କିଲୋମିଟର ବରଗାଁ ଠାରେ ୪ ଏକର ଜମିରେ ନିର୍ମିତ ହୋଇଥିବା  ୧୫ MLD ବିଶିଷ୍ଟ  ମେଗା ଜଳ ପ୍ରକଳ୍ପ | ୨୦୦୯ ମସିହାରୁ ଶିଳାନ୍ୟାଶ କରାଯାଇଥିବା ଏହି ପ୍ରକଳ୍ପର କାମ ଦୀର୍ଘ ୧୦ ବର୍ଷ ପରେ ୨୦୧୯ ରେ  ସଂପୂର୍ଣ୍ଣ ହୋଇଥିଲା | ଏହି ଦଶ ବର୍ଷ ମଧ୍ୟରେ ବରଗଡ ଜିଲ୍ଲାର ପୁରା ନକସା ବଦଳି ଯାଇଥିଲା ।  ୪ ଲେନ ବାଇପାସ ରୋଡ , ବିଜୁ ଏକ୍ସପ୍ରେସ୍ସ ୱେ , ଖେଦାପାଳି ସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଏପରି ବହୁ ପ୍ରକଳ୍ପ ଗୁଡିକର କାମ ଶେଷ ହୋଇ ଯାଇଥିଲା ମାତ୍ର ଅସମ୍ପୂର୍ଣ ରହିଥିଲା ୩୭ କୋଟି ଟଙ୍କାର ଏହି ମେଗା ଜଳ ପ୍ରକଳ୍ପ | ୧୦ ବର୍ଷ ପରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇ ୨୬ ଫେବୃୟାରି ୨୦୧୯ ରେ ଉଦଘାଟନ କରାଗଲା  ଏହି ପ୍ରକଳ୍ପ  | ନିୟମ ଅନୁଯାୟୀ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପ୍ରକଳ୍ପ ଗୁଡିକୁ ୨୪ ଘଣ୍ଟା କଡାକଡ଼ି ସୁରକ୍ଷା ବ୍ୟବସ୍ଥା ଘେରରେ ରଖାଯିବା ଦରକାର | ପ୍ରକଳ୍ପର ଚାରିପଟେ ଉଚ୍ଚ ପାଚେରି ସହିତ ତାରଜାଲି ଓ  ୱାଚ ଟାୱାର ରେ ସୁରକ୍ଷା କର୍ମଚାରୀ ଏବଂ ସିସିଟିଭି ର ବ୍ୟବସ୍ଥା ରହିବା କଥା ମାତ୍ର ଏଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ ।

ଅନ୍ୟପଟେ ଏହି ମେଗା ଜଳ ପ୍ରକଳ୍ପର ଟ୍ରିଟମେଣ୍ଟ ପ୍ଳାଣ୍ଟର ଚାରିପଟେ ଅଳ୍ପ ଉଚ୍ଛତା ବିଶିଷ୍ଟ ପାଚେରି ରହିଛି । ଗେଟ ସମ୍ମୁଖରେ ଲେଖାଯାଇଛି  ” ଭିତରକୁ ପ୍ରବେଶ ନିଷେଧ ” । ହେଲେ ପାଚେରିର ଅବସ୍ଥା ଏପରି ଯେ ଜଣେ ଆରାମରେ ପାଚେରି ଡେଇଁ  ପ୍ଳାଣ୍ଟ ଭିତରକୁ ପ୍ରବେଶ କରିପାରିବ | ପ୍ଳାଣ୍ଟ ଭିତରେ ସିସି କ୍ୟାମେରାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଅଚଳ ହୋଇପଡିରହିଛି  | ଟ୍ରିଟମେଣ୍ଟ ପ୍ଳାଣ୍ଟ ରେ କେହି ଦକ୍ଷ ଟେକନିସିଆନ ମଧ୍ୟ ନାହାନ୍ତି । ସେଠାରେ ଅଷ୍ଟମ ଶ୍ରେଣୀ ପାଠ ପଢିଥିବା କର୍ମଚାରୀ କ୍ଳୋରିନ ଗ୍ୟାସ ଅପରେଟ କରୁଛନ୍ତି ଯାହା ଜନସାଧାରଣଙ୍କୁ ବିପଦରେ ପକାଇପାରେ | ଏହି ପ୍ଳାଣ୍ଟ ରେ ଅନେକ ସୁରକ୍ଷା କର୍ମଚାରୀଙ୍କ ସହିତ ଟେକନିସିଆନଙ୍କୁ  ନିଯୁକ୍ତି ଦିଆଯାଇଥିଲା ଏବଂ କାଗଜ ପତ୍ରରେ ଦରମା ମଧ୍ୟ ଦିଆଯାଉଛି  ହେଲେ ବାସ୍ତବ ଚିତ୍ର କିଛି ଅଲଗା |

Leave A Reply

Your email address will not be published.