Latest Odisha News

BREAKING NEWS

ଲାଞ୍ଚ ନେବାବେଳେ ଗ୍ରାମ ପଞ୍ଚାୟତ ଏଡିଇଓଙ୍କୁ ମାଡି ବସିଲା ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର । ମନରେଗା ଯୋଜନାରେ ଏକ ଫାର୍ମ ପୋଖରୀ ୱାର୍କ କୋଡ଼ ପାଇଁ ନେଉଥିଲେ ଲାଞ୍ଚ ନେବାବେଳେ ମୟୁରଭଞ୍ଜ ବଡ଼ସାହି ତଳପଦା ଗ୍ରାମ ପଞ୍ଚାୟତ ଏଡିଇଓ ହେମନ୍ତ କୁମାର ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

ଜଣେ ଚାଷୀଙ୍କ ଠାରୁ ୨୫୦୦ ଟଙ୍କା ଲାଞ୍ଚ ନେଉଥିଲେ ଏଡିଇଓ ହେମନ୍ତ କୁମାର ବେହେରା । ହେମନ୍ତଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଦୁଇଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ ।

ପୂର୍ବରୁ ଲାଞ୍ଚ ମାଗିବା ନେଇ ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଭିଜିଲାନ୍ସ ଆଗରେ ଅଭିଯୋଗ କରିଥିଲେ ଉକ୍ତ ଚାଷୀ ଜଣକ । ଏହା ପରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ଆଜି ଲାଞ୍ଚ ନେଉଥିବା ସମୟରେ ADEOଙ୍କୁ ଧରିଥିଲେ ।

Leave A Reply

Your email address will not be published.