Latest Odisha News

BREAKING NEWS

୨ଟି କଲରା ପତରିଆ ବାଘ ଛାଲ ଜବତ, ୨ ଅଭିଯୁକ୍ତ ଗିରଫ

ବାରିପଦା: ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍ । ଧରା ପଡ଼ିଲା ବାଘ ଛାଲ ବେପାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ଏସସିବି ଜୁନିଅର୍ କଲେଜ ନିକଟରୁ ବାଘ ଛାଲ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଜବତ ହୋଇଛି ୨ଟି କଲରା ପତରିଆ ବାଘ ଛାଲ । ବିଶେଷ ସୂତ୍ରରୁ ଖବର ପାଇ ମିଳିତ ଚଢ଼ାଉ କରିଥିଲେ ଏସଟିଏଫ୍ ଓ ବନ ବିଭାଗ ଟିମ୍ ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ପ୍ରଶାନ୍ତ ମହାନ୍ତି ଓ ଗୋରା ବିନ୍ଧାଣୀ । ବାଘ ଛାଲ କାହାକୁ ବିକ୍ରି କରି ଥାଆନ୍ତେ ? କେଉଁଆଡ଼େ ଚାଲିଣ କରନ୍ତି ବାଘ ଛାଲ ? ଆଗରୁ କେବେଠାରୁ ଏହି କାମ କରୁଛନ୍ତି ? ଏମିତି କେତୋଟି ବାଘ ଛାଲ ବିକ୍ରି କରିଛନ୍ତି ? ସେମାନଙ୍କୁ ଗିରଫ କରି ଅଧିକ ପଚରାଉଚରା କରିଛି ଏସଟିଏଫ୍ । ଜବତ ବାଘ ଛାଲର ରସାୟନିକ ପରୀକ୍ଷା ପାଇଁ ଡେରାଡୁନ୍ ପଠାଯାଇଛି ।

୨୦୨୦ ମସିହାରୁ ବର୍ତ୍ତମାନ ସୁଦ୍ଧା ଏସଟିଏଫ୍ ୨୪ଟି ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୭ଟି ହରିଣ ଚମଡା, ୯ଟି ଜୀବନ୍ତ ବଜ୍ରକାପ୍ତା ଜବତ କରିଛି । ବନ୍ୟପ୍ରାଣୀ ଅପରାଧିକ ମାମଲାରେ ୫୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।

Leave A Reply

Your email address will not be published.