Latest Odisha News

BREAKING NEWS

ବିଷ ବଳୟରେ ଦିଲ୍ଲୀ-ଏନସିଆର ବାୟୁ, ଲାଗୁ ହେଲା ଜିଆରଏପି-୨

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ। ବିଷ ବଳୟରେ ପୁରା ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ। ଦାପାବଳି ବେଳକୁ ଦିଲ୍ଲୀର ବାୟୁ ସ୍ଥିତି ଅଧିକ ଖରାପ ହେବ। ରାଜଧାନୀ ଦିଲ୍ଲୀ ସବୁଠାରୁ ଅଧିକ ବାୟୁ ପ୍ରଦୂଷଣର ଶିକାର ହୋଇଛି। କାରଣ ଆଜିଠୁ ରାଜଧାନୀରେ ଲାଗୁ ହୋଇଛି GRAP-2।

ଦିଲ୍ଲୀ-ଏନସିଆରରେ ସାଂଘାତିକ ସ୍ଥିତିରେ ବାୟୁ ପ୍ରଦୂଷଣ। ସୋମବାର ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଥିଲା। ଏହା ପରେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ବାୟୁ ଗୁଣବତ୍ତା ସୂଚକାଙ୍କ ୩୦୧ରୁ ୪୦୦ ମଧ୍ୟରେ ରହିଥିଲେ ଜିଆରଓପି (GRAP) ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହୁଏ। ଏହି ଅବଧିରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଏ।

ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ -ଏକ୍ୟୁଆଇ ୩୦୦ରୁ ଅଧିକ ରେକର୍ଡ ହୋଇଥିଲା। ଏବେଠାରୁ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀ ବାସୀ ଏବଂ ସରକାର। ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି, ଶ୍ବାସକ୍ରିୟାରେ ବି କଷ୍ଟ ହେଉଛି । ଆଖି ଜଳିବା ସହ ହେଲାଣି ଗଳାରେ ଯନ୍ତ୍ରଣା। ଶନିବାର ସକାଳୁ ସକାଳୁ ଦିଲ୍ଲୀ ଓ ଏନ୍‌ସିଆର୍‌ର ସହରଗୁଡିକର ଏଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି। ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ପାର୍‌ ହୋଇଯାଇଛି।

ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି GRAP-2 କାର୍ଯ୍ୟକାରୀ କରିବା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ନିମ୍ନଶ୍ରେଣୀ’ କୁ ଖସି ଆସିଥିଲା। ତେବେ ଆଗକୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ପାର୍କିଂ ଫିସ୍ ବଢ଼ାଇବା ସହିତ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ଉପରେ କଟକଣା ଲଗାଇପାରନ୍ତି।

Leave A Reply

Your email address will not be published.