Latest Odisha News

BREAKING NEWS

ଓସ୍କାର ପୁରସ୍କାର ପାଇଁ ମୋଦୀ ଜୀ ଶ୍ରେୟ ନେବାକଥା ନୁହେଁ; କଂଗ୍ରେସ ନେତା ଖଡଗେ

ନୂଆଦିଲ୍ଲୀ: ରାଜାମୌଲିଙ୍କ ଫିଲ୍ମ RRRର ନାଟୁ ନାଟୁ ଗୀତ ଆମେରିକାରେ ଓସ୍କାର ପୁରସ୍କାର ଜିତିବା ପରେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ମଙ୍ଗଳବାର ରାଜ୍ୟସଭାରେ ବି ଏହାର ଚର୍ଚ୍ଚା ଦେଖିବାକୁ ମିଳିଥିଲା। ତେବେ ଫିଲ୍ମ ପୁରସ୍କାର ପାଇଲା ଦେଶ ପାଇଁ ଗର୍ବର କଥା ହେଲେ କେନ୍ଦ୍ର ସରକାର ଏଥିପାଇଁ ଶ୍ରେୟ ନ ନିଅନ୍ତୁ ବୋଲି କହିଥିଲା କଂଗ୍ରେସ।

ଗୃହରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ RRR ଓ ଏଲିଫେଣ୍ଟ ୱିସପରର୍ସ ଦୁଇଟି ଦକ୍ଷିଣ ଭାରତୀୟ  ସିନେମା ବିଦେଶରେ ଓସ୍କାର ଜିତିଲା। ଏହା ଦେଶ ପାଇଁ ଗୌରବର କଥା। ହେଲେ ବିଜେପି ଓସ୍କାର ପାଇଁ କ୍ରେଡିଟ୍ ନେବାକଥା ନୁହେଁ।

ଖଡ଼ଗେ କହିଛନ୍ତି “ ମୋର ଅନୁରୋଧ ଯେ ଆମେ ଏହାର ନିର୍ଦ୍ଦେଶନା ଦେଇଛୁ, ଗୀତ ଲେଖିଛୁ ଓ ମୋଦୀ ଜୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି ବୋଲି କହି ଶାସକ ଦଳ ଓସ୍କାରର ଶ୍ରେୟ ନ ନେଉ। ସେମାନେ ଏହା କହିବା ଉଚିତ୍ ନୁହେଁ ଯେ କେବଳ ମୋ ଅନୁରୋଧରେ ହେଲା। କାରଣ ଏହା ଦେଶର ଯୋଗଦାନରେ ହୋଇଛି।” ଅନ୍ୟପଟେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ରାଜ୍ୟସଭା ଚେୟାର ମ୍ୟାନ୍ ଖଡ଼ଗେଙ୍କ ଏହି ଭାଷଣକୁ କାଟିଦେବା ଉଚିତ୍ ନୁହେଁ ବୋଲି କହିଥିଲେ।

ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନକଡ଼ ଭାରତୀୟ ସିନେମା ଓସ୍କାର ବିଜୟୀ ଉପରେ ଖୁସୀ ବ୍ୟକ୍ତ କରିବା ସହ ଫିଲ୍ମ ଦୁଇଟିକୁ ପ୍ରଶଂସା କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ମଧ୍ୟ ଓସ୍କାର ପାଇଁ ତାରିଫ କରିଥିଲେ।

Comments are closed.