Latest Odisha News

BREAKING NEWS

ହିନ୍ଦୁ ଧର୍ମର ପ୍ରଚାର ନାଁରେ ଅବମାନନା କରାଯାଉଥିବା ଅଭିଯୋଗ; ମାମଲା ଥାନାରେ

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ମନ୍ଦିରରେ ତୀର୍ଥଯାତ୍ରୀଙ୍କୁ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ଦେଖାଇବା ନାଁରେ ହିନ୍ଦୁ ଧର୍ମର ଅବମାନନା କରୁଥିବା ଅଭିଯୋଗ ଆଣି ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଜିତୁ ମିଶ୍ରଙ୍କ ନାମରେ ଏକ ଅଭିଯୋଗ ଦାଏର କରାଯାଇଛି ।  ପ୍ରଫୁଲ୍ଲ କୁମାର ସ୍ୱାଇଁ ଏହି ଅଭିଯୋଗ ଆଣିବା ସହ କହିଛନ୍ତି, ଏହି ମନ୍ଦିର ASI ଅଧିନରେ ରହିଛି । ଜିତୁ ମିଶ୍ର ଅର୍ଦ୍ଧନାରୀଶ୍ୱର ମୂର୍ତ୍ତିରୁ କପଡା ଖୋଲି ତୀର୍ଥଯାତ୍ରୀଙ୍କୁ ଦେଖାଉଛନ୍ତି । ଏହା ପରେ ମୂର୍ତ୍ତିକୁ   ନ ଘୋଡାଇ ଚାଲି ଯାଉଛନ୍ତି । ଏହାର ଭିଡିଓ ସେ ତାଙ୍କର ଇନଷ୍ଟା ଏବଂ ଫେସବୁକରେ ମଧ୍ୟ ସେ ସେୟାର କରିଛନ୍ତି । ଏହାକୁ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ନିନ୍ଦା କରାଯିବା ସହ କଡା ସମାଲୋଚନା କରାଯାଇଛି ।

ଏ ନେଇ ଗତ ୧୨ ତାରିଖ ଲିଙ୍ଗରାଜ ଥାନାରେ ଅଭିଯୋଗ କରି ପ୍ରଫୁଲ୍ଲ ସ୍ୱାଇଁ କହିଥିଲେ, ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିତୁ ମିଶ୍ରଙ୍କୁ ଗାଇଡ ଭାବେ  ହିନ୍ଦୁ ଭକ୍ତମାନଙ୍କୁ ପର୍ଶୁରାମେଶ୍ୱର ମନ୍ଦିର, ମୁକ୍ତେଶ୍ୱର, କେଦାରଗୌରୀ ପରି ପ୍ରମୁଖ ହିନ୍ଦୁ ମନ୍ଦିରକୁ ତୀର୍ଥଯାତ୍ରୀଙ୍କୁ ନେଇ ବୁଲାଇବା ଦାୟିତ୍ୱ ଦିଆଯାଇଛି । ଏସବୁ ମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ନେଇ କଟକଣା ଜାରି କରାଯାଇଛି । ହେଲେ ଏଠାରେ ଏହି ନିୟମ ଭଙ୍ଗ ହେଉଥିବା ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି ।

ସେହିପରି ASI ଅଧୀନରେ ଥିବା ଏହି ମନ୍ଦିରରେ କଟକଣା ସତ୍ତ୍ୱେ ପ୍ରି ୱେଡିଂ ଫଟୋ ସୁଟ୍, ବିଜ୍ଞାପନ ଆଦି ଅଶ୍ଳୀଳ ଭାବରେ କରାଯାଉଛି ଯାହା ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେଉଛି । ତେଣୁ ଏହାକୁ ବନ୍ଦ କରିବା ପାଇଁ ସେ ତାଙ୍କ ଅଭିଯୋଗପତ୍ରରେ ଦାବି କରିଛନ୍ତି ।

ଏହାକୁ ନେଇ ଜଗନ୍ନାଥ ସେନାର ଆବାହକ  ପିକୁ ପଟ୍ଟନାୟକ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଦାବି କରିଛନ୍ତି । ଯଦି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ   ASI ଅଫିସ ଏବଂ ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛନ୍ତି ।

ସେହିପରି ହିନ୍ଦୁ ଜାଗୃତି ସମିତିର ରାଷ୍ଟ୍ରୀୟ ମୁଖପାତ୍ର ରମେଶ ସିନ୍ଦେ ମଧ୍ୟ୍ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ସେ ମାର୍ଚ୍ଚ ୫ ତାରିଖ ଏହି ମନ୍ଦିର ବୁଲି ଯାଞ୍ଚ କରିଛନ୍ତି । ଏ ସଂକ୍ରାନ୍ତ ଏକ ଅଭିଯୋଗ ପତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏବଂ ASIକୁ ଦେବେ ବୋଲି କହିଛନ୍ତି ।

ସେହିପରି କଳିଙ୍ଗ ସେନା, ଭିଏଚପି, ଭାରତ ରକ୍ଷା ମଞ୍ଚ ପରି ହିନ୍ଦୁ ସଂଗଠନ ଏହାକୁ ଦୃଢ ବିରୋଧ କରିଛନ୍ତି ।

Leave A Reply

Your email address will not be published.