Latest Odisha News

୫ ଦିନ ପ୍ରାକ୍ ମୌସୁମୀ କାଳବୈଶାଖୀ ବର୍ଷା, କଣ କରିବେ ଚାଷୀ ?

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ଯାଏ ଘଡ଼ଘଡ଼ି ବର୍ଷା ହେବ । ଯାହାକୁ ନେଇ ପାଣିପାଗ ବିଭାଗ ଅନେକ ଜିଲ୍ଲାକୁ ୧୯ ତାରିଖ ସକାଳ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୬ ତାରିଖରୁ କାଳବୈଶାଖୀ ବର୍ଷା ସହ ପବନର ବେଗ ବଢ଼ିବା ଆଶଙ୍କା କରାଯାଉଛି । ଯାହାକୁ ନେଇ ଚାଷୀ ଆତଙ୍କିତ ହୋଇ ପଡ଼ିଛନ୍ତି ।

ପ୍ରାକ୍ ମୌସୁମୀ କାଳବୈଶାଖୀ ବର୍ଷାକୁ ନଜରରେ ରଖି କୃଷି ବିଜ୍ଞାନ କେନ୍ଦ୍ର କଟକ ପକ୍ଷରୁ ଚାଷୀଙ୍କୁ କିଛି ଉପଦେଶ ଦିଆଯାଇଛି ।

  • ଚାଷୀମାନେ ଆଗୁଆ ଅମଳ ଉପଯୋଗୀ ମୁଗ, ବିରି, ସୋରିଷ, ବାଦାମ, ମକା, ପନିପରିବା (କାକୁ଼ଡ଼ି ଜାତୀୟ, ବାଇଗଣ, ଟମାଟୋ, ଭେଣ୍ଡି) ଅମଳ କରି ନିଅନ୍ତୁ ।
  • ଆଗାମୀ ୪ ଦିନ ମଧ୍ୟରେ ବୁଣାବୁଣି, ସାର, କୀଟନାଶକ ପ୍ରୟୋଗ ଓ ଜଳସେଚନ କରନ୍ତୁ ନାହିଁ ।
  • ବର୍ଷା ପରେ ମାଟିର ବତରକୁ ବିନିଯୋଗ କରି ଖରାଟିଆ ମକା ଓ ଅନ୍ୟାନ୍ୟ କାକୁଡ଼ି ଜାତୀୟ ପନିପରିବା ବୁଣାବୁଣି ଆରମ୍ଭ କରନ୍ତୁ ।
  • ଲତା ଜାତୀୟ ପନିପରିବା, କଦଳୀ, ଅମୃତଭଣ୍ଡା ଆଦିକୁ ଭାରା ଦେଇ ରଖନ୍ତୁ ।
  • ପନିପରିବା ତଳିକୁ ପଲିଥିନ୍ ଦ୍ୱାରା ଘୋଡ଼େଇ ଦିଅନ୍ତୁ । ଅମଳ ହୋଇଥିବା ପନିପରିବା ଓ ଫସଲକୁ ପଲିଥିନରେ ଘୋଡ଼ାଇ ଦିଅନ୍ତୁ ।
  • ଫସଲ ଥିବା ଜମିରୁ (ଡାଳୁଅ ଧାନ, ମୁଗ/ବିରି, ପରିବା) ଅଧିକା ଜଳକୁ ନିଷ୍କାସନ କରନ୍ତୁ ।
  • ଘଡ଼ଘଡ଼ିର ପ୍ରାକ୍ ସୂଚନା ସମୟରେ ସମ୍ଭାବ୍ୟ ପବନ ପାଇଁ ଉଦ୍ୟାନ ତଥା ଫଳ ବଗିଚା ଗୁଡ଼ିକରେ ଓ ପନିପରିବାରେ ଯାନ୍ତ୍ରିକ ଭରା ଦିଅନ୍ତୁ ।
  • ଏହି ସମୟରେ ପଶୁପକ୍ଷୀଙ୍କୁ ଖୋଲା ଜଳ, ପୋଖରି ଓ ନଦୀରୁ ଦୂରରେ ରଖନ୍ତୁ ।
  • ପଶୁପକ୍ଷୀଙ୍କୁ ଗଛ ତଳେ ବାନ୍ଧନ୍ତୁ ନାହିଁ ।

Leave A Reply

Your email address will not be published.