Latest Odisha News

BREAKING NEWS

Operation Monsoon: ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀକୁ ବଡ ସଫଳତା…

ରାୟପୁର: ଛତିଶଗଡ଼ର ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ମନସୁନ୍‌ କୁ ବଡ ସଫଳତା ମିଳିଛି । ସୁରକ୍ଷା ବାହିନୀଙ୍କ ଆକ୍ରମଣରେ ମାଓବାଦୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଛାଡ଼ି ଜୀବନ ଭୟରେ ପଳାଇଯାଇଥିଲେ ।

ଘଟଣାସ୍ଥଳରୁ ଏଲଏମଜି ସହ ୬୦ରୁ ଉର୍ଦ୍ଧ୍ବ ବନ୍ଧୁକ ଜବତ ହୋଇଛି । ତ୍ରିଚି ଏକେ-୪୭ ବନ୍ଧୁକ, ଏସଏଲଆର, ଇନସାସ, ଷ୍ଟେନଗନ୍, ପିସ୍ତଲ, ୩୦୩ ରାଏଫଲ, ୫୦ ରୁ ଉର୍ଦ୍ଧ୍ବ ଦେଶୀ ବନ୍ଧୁକ ଜବତ ହୋଇଛି। ଏହା ସହିତ ଶତାଧିକ ବିଜିଏଲ ସେଲ୍ , କୋଡେକ୍ସ ତାର ଓ ଜବତ ହୋଇଛି ।

ଏହା ସହ ସୁରକ୍ଷାବାହିନୀଙ୍କ ଗୁଳି ମାଡ଼ରେ ଜଣେ କ୍ୟାଡର ମାଓବାଦୀ ଆହତ ହୋଇଛି । ହେଲେ ଏହି ସମୟରେ ଆହତ ମାଓବାଦୀ ଜଣକ ଖସିପଳେଇବାରେ ସଫଳ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି ରବିନସନ ଗୁରିଆ ।

Comments are closed.