Latest Odisha News

BREAKING NEWS

Uttarakhand Green Cess: ଉତ୍ତରାଖଣ୍ଡରେ ବୁଲିବା ଏବେ ମହଙ୍ଗା ହେବ! ବାହାର ରାଜ୍ୟ ଗାଡି ଉପରେ ଲାଗୁ ହେବ ‘ଗ୍ରୀନ୍ ଟ୍ୟାକ୍ସ’

ଡେରାଡୁନ: ରାଜ୍ୟ ପ୍ରତିଷ୍ଠାର ୨୫ ବର୍ଷ ପୂରଣ ଅବସରରେ, ଉତ୍ତରାଖଣ୍ଡ ପରିବହନ ବିଭାଗ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଉତ୍ତରାଖଣ୍ଡ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ଡିସେମ୍ବର ମାସରୁ ଲାଗୁ ହେବ । ଏହି ଟ୍ୟାକ୍ସର ଉଦ୍ଦେଶ୍ୟ ରାଜ୍ୟର ସ୍ବଚ୍ଛତା, ପରିବେଶ ସନ୍ତୁଳନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସୁନିଶ୍ଚିତ କରିବା ହେବ ବୋଲି ପରିବହନ ବିଭାଗ ଅଧିକାରୀ ସନତ କୁମାର ସିଂ ସୂଚନା ଦେଇଛନ୍ତି ।

ରାଜ୍ୟ ପରିବହନ ଅଧିକାରୀ ସୂଚନା ଅନୁସାରେ, ପରିବହନ ବିଭାଗ ଟ୍ୟାକ୍ସ ଆଦାୟ ପାଇଁ ଏକ ପ୍ରାଇଭେଟ କମ୍ପାନୀକୁ ରେଜିଷ୍ଟ୍ରେସନ କରିଛି । ରାଜ୍ୟ ସୀମାରେ ଅଟୋମେଟିକ ନମ୍ବର ପ୍ଲେଟ୍ ରେକଗ୍ନିଶନ କ୍ୟାମେରା ଲଗାଯିବ । ଯାହା ବାହାରୁ ଆସୁଥିବା ଗାଡ଼ିକୁ ରେକର୍ଡ କରିବ । କ୍ୟାମେରା ଜରିଆରେ ମିଳୁଥିବା ଡାଟାକୁ ସପ୍ଟେଓ୍ବାୟର ମାଧ୍ୟମରେ ଏହି କମ୍ପାନୀକୁ ପଠାଯିବ ।

ପୂର୍ବରୁ ଏହି କ୍ୟାମେରା ୧୬ଟି ଲଗାଯାଇଥିଲା, ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୩୭ ହୋଇଛି । ତା’ପରେ ଗାଡ଼ି ଉତ୍ତରାଖଣ୍ଡ କି ନାହିଁ, କୌଣସି ସରକାରୀ କିମ୍ବା ବାଇକ୍ ଉପରେ ଟ୍ୟାକ୍ସ ଲାଗିବ ନାହିଁ । ଏହା ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଏନପିସିଆଇ ଡାଟାବେସକୁ ପଠାଯିବ । ଏହାପରେ ମାଲିକର ୱାଲେଟ ନମ୍ବର ଖୋଜାଯାଇ ନିର୍ଦ୍ଧାରିତ ରାଶି ଆପେ ଆପେ ଉତ୍ତରାଖଣ୍ଡ ପରିବହନ ବିଭାଗ ଆକାଉଣ୍ଟରେ ଜମା ହେବ ।

Comments are closed.