Latest Odisha News

BREAKING NEWS

ବାରକ୍ଲେ ପୁନର୍ବାର ହେଲେ ଆଇସିସି ଚେୟାରମ୍ୟାନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି୨୦ ବିଶ୍ୱକପ ଅବସରରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ  । ନ୍ୟୁଜିଲାଣ୍ଡ କ୍ରିକେଟର ଡାଇରେକ୍ଟର ଓ ଓକିଲ ଗ୍ରେଗର ବାରକ୍ଲେ ପୁନର୍ବାର ଆଇସିସି ଚେୟାରମ୍ୟାନ ଭାବେ ମନୋନୀତ ହୋଇଛନ୍ତି । ଶନିବାର ସର୍ବସମ୍ମତି କ୍ରମେ ସେ ଏହି ପଦ ଦ୍ୱିତୀୟ ଥର ପାଇଁ ଗ୍ରହଣ କରିବେ । ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କୁ ଆଇସିସି ଫାଇନାନ୍ସିଆଲ କମିଟିର ମୂଖ୍ୟ ଭାବେ ନିଯୁକ୍ତ କରାଯାଇଛି । ଜିମ୍ବାୱେର ତଙ୍ଗେୱା ମୁକୁହଲାନୀ ଚେୟାରମ୍ୟାନ ପଦ ପାଇଁ ଲଢ଼ିବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ସେ ଶେଷ ମୂହର୍ତରେ ଓହରି ଯାଇଥିଲେ । ଆଉ କେହି ନୋମିନେଶନ ଫାଇଲ କରି ନ ଥିଲେ ।

୨୦୨୦ରେ ବାରକ୍ଲେ ଆଇସିସି ଚେୟାରମ୍ୟାନ ହୋଇଥିଲେ । ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ନାମ ମଧ୍ୟ ଏ ନେଇ ଉଠିଥିଲା । ମାତ୍ର ବିସିସିଆଇ ଚିଫ ପଦରୁ ହଟିବା ପରେ ସେ ଆଉ ନୋମିନେଶନ ଫାଇଲ କରି ନ ଥିଲେ । ଭାରତର ଜଗମୋହନ ଡାଲମିଆ, ଶରଦ ପାୱାର, ଏନ.ଶ୍ରୀନିବାସନ ଓ ଶଶାଙ୍କ ମନୋହର ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି ।

Leave A Reply

Your email address will not be published.