Latest Odisha News

BREAKING NEWS

ଗଣତନ୍ତ୍ରରେ ବାକ୍ ସ୍ବାଧିନତାର ପ୍ରସଙ୍ଗ ଉଠାଇଲେ ଗ୍ରେଟା ଥନବର୍ଗ 

ନୂଆଦିଲ୍ଲୀ: ସ୍ୱିଡେନର ପରିବେଶବିତ୍ ଗ୍ରେଟା ଥନବର୍ଗ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ନିକଟରେ ସେ ଭାରତରେ କୃଷକ ବିରୋଧକୁ ସମର୍ଥନ କରି ଏକ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ଏବେ ପୁଣିଥରେ ଗ୍ରେଟା ଥନବର୍ଗ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ବିଜ୍ଞାନ ଏବଂ ଗଣତନ୍ତ୍ର ପସ୍ପର ସହ ଜଡିତ ଥିବା କହିଛନ୍ତି । ତାଙ୍କର ଏହି ଟ୍ୱିଟ୍ ବହୁତ ଭାଇରାଲ ହେଉଛି ।

ଗ୍ରେଟା ଥୁନବର୍ଗ ଟ୍ୱିଟ୍ କରି କହିଛନ୍ତି: “ବିଜ୍ଞାନ ଏବଂ ଗଣତନ୍ତ୍ର ପରସ୍ପର ସହ ଦୃଢ଼ ଭାବେ ଜଡିତ । କାରଣ ଏହି ଦୁଇଟି ସ୍ୱାଧୀନତା, ବାକ୍ ସ୍ୱାଧୀନତା,  ତଥ୍ୟ ଏବଂ ସ୍ୱଚ୍ଛତା ଉପରେ ନିର୍ମିତ । ଯଦି ଆପଣ ଗଣତନ୍ତ୍ରକୁ ସମ୍ମାନ କରନ୍ତି ନାହିଁ, ତେବେ ହୋଇପାରେ ଆପଣ ବିଜ୍ଞାନର ବି ସମ୍ମାନ କରୁନଥିବେ । ଏବଂ ଯଦି ଆପଣ ବିଜ୍ଞାନକୁ ସମ୍ମାନ କରନ୍ତି ନାହିଁ, ତେବେ ବୋଧ ହୁଏ ଆପଣ ଗଣତନ୍ତ୍ରକୁ ସମ୍ମାନ କରୁନଥିବେ ।‘ ଏହି ଟ୍ୱିଟ ଜରିଆରେ ଗ୍ରେଟା ଥନବର୍ଗ ଗଣତନ୍ତ୍ରରେ ବାକ୍ ସ୍ୱାଧୀନତାର ପ୍ରସଙ୍ଗ ଉଠାଇଛନ୍ତି । ଗ୍ରେଟାଙ୍କ ଏହି ଟ୍ୱିଟକୁ ପ୍ରକାଶ ରାଜ ମଧ୍ୟ ପସନ୍ଦ କରିଛନ୍ତି । 

Leave A Reply

Your email address will not be published.