Latest Odisha News

BREAKING NEWS

ଭଦ୍ରକ: ଶନି ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ବହୁ ମୂଲ୍ୟବାନ ସାମଗ୍ରୀ

ଭଦ୍ରକ: ଭଦ୍ରକ ଜିଲ୍ଲା ଜାନୁଗଞ୍ଜ ଅନ୍ତର୍ଗତ ଶନି ମନ୍ଦିରର ଦାନ ବାକ୍ସ ତଥା ହୁଣ୍ଡି ଭାଙ୍ଗି କେତେକ ଦୁର୍ବୃତ୍ତ ଶୁକ୍ରବାର ରାତିରେ ଅନେକ ମୂଲ୍ୟବାନ ସାମଗ୍ରୀ ସହ ଟଙ୍କା ପଇସା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ମନ୍ଦିରର ପୂଜକ ପୂଜା ନିମନ୍ତେ ମନ୍ଦିରର ଗେଟ୍ ଖୋଲିଥିଲେ । ପରବର୍ତ୍ତୀ ସମୟରେ କେହି ଦୁର୍ବୃତ୍ତ ମନ୍ଦିରରରେ ଥିବା ଦାନ ବାକ୍ସକୁ ଭାଙ୍ଗି ସେଥିରୁ ଟଙ୍କା ଲୁଟି ନେଇଥିବା ଜାଣିପାରିଥିଲେ । ପରେ ଏନେଇ ସେ ସ୍ଥାନୀୟ ବାସିନ୍ଦାକୁ ସୂଚନା ଦେଇଥିଲେ ।

ଅପରପକ୍ଷରେ ଲୁଟ୍ ସାମଗ୍ରୀର ସଠିକ୍ ମୂଲ୍ୟ ଜଣାପଡିନଥିବା ବେଳେ ପ୍ରାୟ ୩୦ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ଅନୁମାନ କରାଯାଉଛି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.