ପାଟଣା: ପାଟଣା ଅନ୍ତର୍ଗତ ପାଲିଗଞ୍ଜର ଗାଁରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରାୟ ୯୦ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ତଳେ ବରର ମୃତ୍ୟୁ ଘଟିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀ ଉକ୍ତ ବରର କୋଭିଡ ପରୀକ୍ଷା ନକରି ଶବଦାହ କରିଦେଇଥିଲେ। ଏହି ଘଟଣାକୁ ନେଇ ଚିନ୍ତାରେ ପଡିଛି ପାଟଣା ଜିଲ୍ଲା ପ୍ରଶାସନ। ନବବିବାହିତ ଦମ୍ପତିଙ୍କ ନିକଟ ସମ୍ପର୍କୀୟଙ୍କର କରୋନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କନିଆ ଜଣଙ୍କ ନେଗେଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ କଣ୍ଟାକଟ ଟ୍ରେସିଂ ଆରମ୍ଭ କରିବା ପରେ ବିବାହରେ ଯୋଗ ଦେଇଥିବା ଆଉ ୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରିପୋର୍ଟ ଅନୁଯାୟୀ, ଏହା ବିହାରରେ ପ୍ରଥମ କରୋନା ଜନ ପ୍ରସାର ମାମଲା ଅଟେ ।ମୃତ ବର ଜଣଙ୍କ ଗୁରୁଗ୍ରାମରେ ସଫ୍ଟୱେୟାର ଇଞ୍ଜିନିୟର ଥିବା ବେଳେ ଜୁନ୍ ୧୨ ରେ ସେମାନଙ୍କ ବିବାହ ଧାର୍ଯ୍ୟ ହୋଇଥିଲା। ବିବାହ ପୂର୍ବରୁ, ବରର କରୋନା ଲକ୍ଷଣ ଦେଖାଦେଇଥିଲେ ମଧ୍ୟ, ତାଙ୍କ ପରିବାର ଏହାକୁ ଅଣଦେଖା କରି ବିବାହକୁ ଆଗେଇ ନେଇଥିଲେ । ବିବାହ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ବେଳେ ସେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।
Comments are closed.