Latest Odisha News

BREAKING NEWS

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ତମରା ଆପାର୍ଟମେଣ୍ଟକୁ ମିଳିଲା ତେହେରାଇ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ଶନିବାର ଦିନ ତମରା ଆପାର୍ଟମେଣ୍ଟ ପ୍ରା. ଲି.କୁ ତେହେରାଇ ଲୁହାପଥର ଓ ମାଙ୍ଗାନିଜ୍ ଖଣି ବ୍ଲକ୍ ମିଳିଛି ।

ଏହି କମ୍ପାନୀ ଓଡିଶା ସରକାରଙ୍କୁ ୯୬.୦୩ ପ୍ରତିଶତ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ଗ୍ରହଣ କରି ଉକ୍ତ ଖଣିକୁ ହସ୍ତଗତ କରିପାରିଛି ।

ତମରା ଆପାର୍ଟମେଣ୍ଟ ବ୍ୟତିତ ଲାଲ୍ ଟ୍ରେଡର୍ସ ଆଣ୍ଡ ଏଜେନ୍ସି ପ୍ରା. ଲି., ଆନନ୍ଦ ଏକ୍ସପୋର୍ଟ ଆଣ୍ଡ ରିସୋସେସ୍ ପ୍ରା. ଲି., ୟଜଦାନୀ ଇଣ୍ଟରନ୍ୟାସନାଲ୍ ପ୍ରା. ଲି. ଏବଂ ଇସେଲ୍ ମାଇନିଂ ଆଦି ଏହି ଖଣି ନିଲାମ ରେସରେ ସାମିଲ ରହିଥିଲେ ।

ଏହି ଖଣିରେ ଆନୁମାନିକ ଗଚ୍ଛିତ ସମ୍ପଦ ୮.୦୯ ମ୍ୟାଟ୍ରିକ୍ ଟନ୍ ଲୁହା ଏବଂ ୦.୦୫୫ ମ୍ୟାଟ୍ରିକ୍ ଟନ୍ ମାଙ୍ଗାନିଜ୍ ରହିଛି । ଏହି ଖଣିର ଲିଜ୍ ଝାଡଖଣ୍ଡ ସ୍ଥିତ ବି.ଏଲ.କୋ ପାଖରେ ରହିଛି ।

ମୋଟ୍ ୧୯ଟି ସୂଚୀବଦ୍ଧ ଖଣି ନିଲାମ ମଧ୍ୟରେ ଏଯାଏଁ ୧୫ଟି ସମାପ୍ତ ହୋଇଛି ।

ଏଠାରେ ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ କେନ୍ଦୁଝରର କାଶଭି ଇଣ୍ଟରନ୍ୟାସନାଲ୍ ପ୍ରା. ଲି. ଜରିବାହାଲ ଲୁହାପଥର ଖଣିକୁ ଅକ୍ତିଆର କରିଥିଲା । ଏହା ୨ୟ ଖଣି ଭାବେ ଓଡିଶାର ଏକ ଖଣି କମ୍ପାନୀ ଅଧିନକୁ ଆସିଛି । ଯାହା ୧୫୦ ପ୍ରତିଶତ ପ୍ରିମିୟମ୍ ମୂଲ୍ୟରେ ଆବଣ୍ଟନ ହୋଇଛି ।

ପୁନଶ୍ଚ ଏହି କମ୍ପାନୀ ଫେବୃଆରୀ ୧୩ ତାରିଖରେ ସିଲଜୋରା-କାଲିମାଟି ଲୁହାପଥର ଓ ମାଙ୍ଗାନିଜ ଖଣିକୁ ୧୫୪ ପ୍ରତିଶତ ପ୍ରିମିୟମ ମୂଲ୍ୟରେ ହାସଲ କରିଥିଲା ।

ଗତ ଫେବୃଆରୀ ୧୨ରେ ୟାଜଦାନୀ ଇଣ୍ଟରନ୍ୟାସନାଲ୍ (ପି) ଲି.କୁ ୧୦୦ ପ୍ରତିଶତ ପ୍ରିମିୟମରେ କାଲମଙ୍ଗ ଲୁହାପଥର ଓ ମାଙ୍ଗାନିଜ୍ ଖଣି ମିଳିଛି ।

ଗତ (ଫେବୃଆରୀ ୧୧) ତାରିଖରେ ନିଲାମ ହୋଇଥିବା ସୁନ୍ଦରଗଡସ୍ଥିତ ନଦୀଡିହ ଲୁହାପଥର ଓ ମାଙ୍ଗାନିଜ ଖଣିକୁ ବିଶାଳ ଏଲପିଜି ଫୁଏଲ ପ୍ରା. ଲି. ହାତେଇଥିଲା ।

ସେହିଦିନ ପୂର୍ବରୁ ଲିଜ୍ ରଖିଥିବା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲି. କମ୍ପାନୀ ମୟୁରଭଞ୍ଜର ଗୋରୁମହିଷାଣୀ ଲୁହାପଥର ଖଣିକୁ ପ୍ରାୟ ୧୧୫ ପ୍ରତିଶତ ପ୍ରିମିୟମରେ ହସ୍ତଗତ କରିପାରିଥିଲା।

ଗତ (ଫେବୃଆରୀ ୯) ତାରିଖରେ ଗୋଆର ଫର୍ମେଣ୍ଟୋ ଇଣ୍ଟଷ୍ଟ୍ରିଜ୍ ପ୍ରାଇଭେଟ୍ ଲିଃ କମ୍ପାନୀ ୧୪୧.୨୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାର ନିଷ୍ପତ୍ତି ଗ୍ରହଣ କରି ଏହି ଖଣିକୁ ହସ୍ତଗତ କରିପାରିଛି ।

ଗତ ଶନିବାର ଦିନ (ଫେବୃଆରୀ ୮) ନିଲାମ ହୋଇଥିବା ମହୁଲସୁଖା ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼ ହସ୍ତଗତ କରିଥିଲା । ଏହି ଖଣିକୁ ୯୨.୭୦ ପ୍ରତିଶତ ପ୍ରିମିୟମରେ ଏହି କମ୍ପାନୀ କରାୟତ କରିପାରିଛି ।

ସେହିପରି ଭାବେ ଶୁକ୍ରବାର ଦିନ (ଫେବୃଆରୀ ୪) କୋଲକାତାର ଖଟୁଆ ନର୍ଭେରାମ ଏଣ୍ଡ କମ୍ପାନୀ ରଇଡ଼ା ୨ ଲୁହାପଥର ଖଣି ହାସଲ କରିପାରିଛି । ଏହାକୁ ୯୦.୯୦ ପ୍ରତିଶତ ବିକ୍ରିମୂଲ୍ୟରେ ହାସଲ କରିପାରିଛି ।

ଜେସିଡବ୍ଲ୍ୟ ୪ ବ୍ଲକ୍‌- ନୂଆଗାଁ (ଜାନୁଆରୀ ୩୧), ନାରାୟଣପୋଷୀ (ଫେବୃଆରୀ ୨) ଓ ଗଣୁଆ (ଫେବୃଆରୀ ୫) ଓ ଯଜାଙ୍ଗ (ଜାନୁଆରୀ ୬)ଖଣି ଅକ୍ତିଆର କରିଛି । ଯେଉଁଥିରେ ୧,୧୩୮.୩୪ ମିଲିୟନ୍ ଟନର ଖଣିଜ ପଥର ଗଚ୍ଛିତ ରହିଛି ।

ଶ୍ୟାମ ଓର୍ ମଧ୍ୟ ବୁଧବାର ଦିନ (ଫେବୃଆରୀ ୫) ଦିନ ଓଡିଶା ସରକାରଙ୍କୁ ୧୩୫ ପ୍ରତିଶତ ବିକ୍ରି ମୂଲ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଯାହାଫଳରେ ସେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଜିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣି ବ୍ଲକ୍ ନେବାକୁ ସକ୍ଷମ ହୋଇଛି ।

ସେହିପରି ଗତ ଫେବୃଆରୀ ୪ ତାରିଖ ଦିନ ସିରାଜୁଦ୍ଦିନ୍ ଏଣ୍ଡ କମ୍ପାନୀ ବଲଦା ଲୁହାପଥର ଖଣିକୁ ଅକ୍ତିଆର କରିଥିବା ବେଳେ ଗତ ଫେବୃଆରୀ ୩ ତାରିଖ ଦିନ ଆରସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍ ଲି. ଠାକୁରାଣୀ ଲୁହାପଥର ଖଣି ବ୍ଲକ ହାତେଇଥିଲା ।

Leave A Reply

Your email address will not be published.