Latest Odisha News

BREAKING NEWS

ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ

ସମ୍ବଲପୁର: ଆସନ୍ତାକାଲି ଠାରୁ ସମ୍ବଲପୁରରେ କର୍ଫ୍ୟୁ କୋହଳ ହେବ । ଏନେଇ ପ୍ରଶାସନ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ, ସମ୍ବଲପୁରରେ କାଲିଠୁ ସକାଳ ୭ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ।

ସେହିଭଳି ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ କୋହଳ ହେବ । କର୍ଫ୍ୟୁ ବେଳେ ଲାଗୁଥିବା ଅନ୍ୟ ସମସ୍ତ କଟକଣା ପୂର୍ବପରି ବଳବତ୍ତର ରହିବ । ଏନେଇ ସମ୍ବଲପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ଆଜି ପରୀକ୍ଷା ଲାଗି କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ସ୍ଥିତି ଠିକ୍ ଥିଲା । ଡିଜିପି ସୁନୀଲ ବଂଶଲ କହିଥିଲେ, ସ୍ଥିତି ସ୍ୱାଭାବିକ ଆଡ଼କୁ ଫେରୁଛି । ଦିନେ ଦୁଇ ଦିନ ଭିତରେ ପରିସ୍ଥିତିକୁ ଦେଖି କର୍ଫ୍ୟୁ କୋହଳ ନେଇ ନିଷ୍ପତ୍ତି ନିଆଯିବ । ଏପ୍ରିଲ୍ ୧୪ ତାରିଖରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ଗଣ୍ଡଗୋଳ ପରେ ଅଶାନ୍ତ ହୋଇ ପଡ଼ିଥିଲା ସମ୍ବଲପୁର ସହର । ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଯାଇ ପ୍ରଶାସନ କର୍ଫ୍ୟୁ ଲଗାଇଥିଲା ।

Leave A Reply

Your email address will not be published.