Latest Odisha News

ବର ଫୁଟାଇଲେ ଗୁଳି; ଚାଲିଗଲା ବରଯାତ୍ରୀଙ୍କ ଜୀବନ

ସୋନଭଦ୍ର: ବରଯାତ୍ରୀରେ ଗୁଳି ଫୁଟେଇ ସାଙ୍ଗକୁ ହତ୍ୟା କଲା ବର । ଏଭଳି ବାହାଦୁରିଆ ରୀତି ପାଇଁ ଚାଲିଗଲା ଜଣଙ୍କ ଜୀବନ । ଉତ୍ତରପ୍ରଦେଶରେ ଏକ ବାହାଘର ଏଭଳି ଦୁଃଖଦ କାଣ୍ଡରେ ପରିଣତ ହୋଇଯାଇଛି । ଖୁସି ମଉଜ କରି ବାହା ହେବାକୁ ବରଯାତ୍ରୀ ନେଇ ଗଲା ବେଳେ ଉତ୍ସାହ ବନିଯାଇଛି ଅନୁତାପ ।

ସୋନଭଦ୍ର ଅଞ୍ଚଳରେ ମନୀଷ ମଧେଷିଆ ଏକ ଘୋଡ଼ାଗାଡ଼ିରେ ବସି ବିବାହ ପାଇଁ ଯାଉଥିଲେ । ସେଠାକାର ରୀତି ଅନୁଯାୟୀ ବରଯାତ୍ରୀରେ ଗୁଳି ଫୁଟେଇବାକୁ ସେ ଇଚ୍ଛା କରିଥିଲେ । ବାବୁ ଲାଲ ଯାଦବ ନାମକ ସାଙ୍ଗ ସେହି ବରଯାତ୍ରୀରେ ସାମିଲ ଥିଲେ । ସେ ସେନାରେ କାର୍ଯ୍ୟ କରନ୍ତି ।

ବାବୁ ଲାଲଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ନେଇ ମନୀଷ ଘୋଡ଼ା ଗାଡ଼ି ଉପରୁ ଆକାଶକୁ ଗୁଳି ଚଳାଇଥିଲେ । କିନ୍ତୁ ଭୁଲ୍ ବଶତଃ ଗୁଳି ବାବୁ ଲାଲଙ୍କ ଦେହରେ ବାଜିଥିଲା । ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପରେ ଗୁଳି ଚଳାଇଥିବା ବରକୁ ପୋଲିସ ଗିରଫ କରିଛି । ଘଟଣା ସଂପର୍କରେ ବାବୁଲାଲଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଭାରତରେ କୌଣସି ପ୍ରକାର ଉତ୍ସବରେ ଭିଡ଼ ବେଳେ ଗୁଳି ଫୁଟାଇବା ଅପରାଧ । ବନ୍ଧୁକ ଲାଇସେନ୍ସ ଯୋଗ୍ୟ ହୋଇଥିଲେ ବି ଏହା ଦଣ୍ଡନୀୟ ଅପରାଧ ।

 

Leave A Reply

Your email address will not be published.