Latest Odisha News

BREAKING NEWS

ଅଲଟିମେଟ ଖୋ ଖୋ: ଟିମ କିଣିଲେ ଓଡିଶା ସରକାର

ଭୁବନେଶ୍ୱର: ଅଲଟିମେଟ ଖୋ ଖୋକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାର ଏହି ପ୍ରଫେଶନାଲ ଲିଗରେ ଗୋଟିଏ ଟିମ କିଣିଛନ୍ତି । ପୂର୍ବରୁ ହକିର ପ୍ରସାର ପାଇଁ ୨୦୧୩ରେ ହକି ଇଣ୍ଡିଅରା ଲିଗରେ ସରକାର କଳିଙ୍ଗ ଲାନ୍ସର ଟିମ କିଣିଥିଲେ । ନିକଟରେ ସମ୍ପନ୍ନ ହୋଇଥିବା ଖେଲୋ ଇଣ୍ଡିଆ ଲିଗର ଖୋ ଖୋରେ ଓଡିଶା ଟିମ ଉଭୟ ପୁରୁଷ ଓ ମହିଳା ବିଭାଗରେ ରୌପ୍ୟ ପଦକ ଜିତିଥିଲା । ଓଡିଶାରେ ଖୋ ଖୋକୁ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି ବୋଲି ଯୁବ ଓ କ୍ରୀଡା ବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ।

ଓଡିଶା ସ୍ପୋର୍ଟ୍ସ ଡେଭେଲମମେଂଟ ଆଣ୍ଡ ପ୍ରମୋସନ କମ୍ପାନୀ ଟିମର ମାଲିକ ହେବ । ଓଏସଡିପିସି ଆର୍ସେଲର ମିତଲ ନିପନ ଷ୍ଟିଲ ଲିମିଟେଡ ସହ ରାଜ୍ୟରେ କ୍ରୀଡାର ବିକାଶ ପାଇଁ ସହବନ୍ଧିତ ହୋଇଛନ୍ତି । ପୂର୍ବରୁ ଅଲିଟିମେଟ ଖୋ ଖୋର ୪ଟି ଟିମ ଘୋଷଣା କରାଯାଇ ସାରିଛି । କର୍ପୋରେଟ ଜିଆଂଟ ଆଦାନୀ ଗ୍ରୁପ ଓ ଜିଏମଆର ଗ୍ରୁପ ଅଫ ଗୁଜରାଟ ତେଲେଙ୍ଗାନା ଫ୍ରାଂଚାଇଜ ନେଇଥିବା ବେଳେ କ୍ୟାପ୍ରି ଗ୍ଲୋବାଲ ଓ କେଏଲଓ ସ୍ପୋର୍ଟ୍ସ ରାଜସ୍ଥାନ ଯଥାକ୍ରମେ ରାଜସ୍ଥାନ ଏବଂ ଚେନ୍ନାଇ ଟିମର ମାଲିକ ହୋଇଛନ୍ତି ।

Leave A Reply

Your email address will not be published.