Latest Odisha News

BREAKING NEWS

ଶୌର୍ଯ୍ୟଚକ୍ର ଗ୍ରୁପ କ୍ୟାପଟେନ ବରୁଣ ସିଂ ଜୀବିତ

ନୂଆଦିଲ୍ଲୀ:ତାମିଲନାଡୁ କନ୍ନୁରରେ ଘଟି ଯାଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଦୁଃଖଦ ଘଟଣା ଭିତରେ ଏକମାତ୍ର ବ୍ୟକ୍ତି ଭାବେ ଶୌର୍ଯ୍ୟଚକ୍ରରେ ସମ୍ମାନିତ ହୋଇଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂ ଜୀବିତ ଥିବା ଜଣାପଡିଛି । ଭାରତୀୟ ବାୟୁ ସେନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ତାଙ୍କୁ ଗୁରୁତର ଅବସ୍ଥାରେ ସେନାଙ୍କ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବାରୁ ଡାକ୍ତରମାନେ ଉତ୍ସାହିତ ହୋଇ ପଡିଛନ୍ତି । ବରୁଣ ସିଂ ଜଣେ ଭଲ ପାଇଲଟ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୨୧ରେ ସେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ହୋଇଥିଲେ ।

Leave A Reply

Your email address will not be published.