Latest Odisha News

ବିଜୟ ହଜାରେ ଟ୍ରଫି: ଶୁଭ୍ରାଂଶୁଙ୍କ ଚମତ୍କାର ଶତକ, ବିଜୟ ସହ ଅଭିଯାନ ଆରମ୍ଭ କଲା ଓଡିଶା

ଭୁବନେଶ୍ୱର: ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ବୁଧବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ ଓଡିଶା କ୍ରିକେଟ ଦଳ ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ପ୍ରଥମ ମୁକାବିଲାରେ ଓଡିଶା ୬୩ ରନରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି । ଟସ ଜିତି ଆନ୍ଧ୍ର ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଓଡିଶା ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଚମତ୍କାର ଶତକ (୧୧୬ରନ, ୧୨୦ ବଲ) ସହାୟତାରେ ୫୦ ଓଭରରେ ୫ ୱିକେଟ ହରାଇ ୨୭୮ ରନ କରିଥିଲା । ଗୋବିନ୍ଦ ପୋଦ୍ଦାର ୪୬ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଜବାବରେ ୪୬.୩ ଓଭରର ଆନ୍ଧ୍ରପ୍ରଦେଶ ୨୧୫ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଭେଟେରାନ ଓଡିଶା ପେସର ଜୟନ୍ତ ବେହେରା ୨୪ରନରେ ୪ଟି ୱିକେଟ ଅକ୍ତିଆର କରି ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଦେବବ୍ରତ ପ୍ରଧାନ ୨ଟି ଏବଂ ରାଜେଶ ମହାନ୍ତି, ସୁନୀଲ ରାଉଳ, ଅଭିଷେକ ରାଉତ ଓ ପୋଦ୍ଦାର ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଓଡିଶା ତାର ପରବର୍ତୀ ମ୍ୟାଚ ଡିସେମ୍ବର ୯ରେ ଗୁଜରାଟ ବିପକ୍ଷରେ ଖେଳିବ ।

Leave A Reply

Your email address will not be published.