Latest Odisha News

BREAKING NEWS

ଜମି ବିବାଦକୁ କେନ୍ଦ୍ର କରି ଭଦ୍ରକ ବାସୁଦେବପୁରରେ ଗୋଷ୍ଠୀ ସଂଘର୍ଷ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ଆନ୍ଦୋଳା ପଞ୍ଚାୟତ କାଶିପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଘଟିଛି । ତେଣ୍ଟା ଓ ଭୁଜାଲିରେ ଆକ୍ରମଣ ଯୋଗୁ ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, କାଶିପୁର ଗାଁର ଶଙ୍କର୍ଷଣ ରାଉଳ ନିଜ ଘରକୁ ଯିବରା ପାଇଁ ଏକ ରାସ୍ତା ତିଆରି କରିଥିଲେ । କିନ୍ତୁ ଏହି ରାସ୍ତା ଦିବ୍ୟସିଂହ ମିଶ୍ରଙ୍କ ଜମି ଉପରେ କରାଯାଇଥିବାରୁ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ମାରପିଟ ହୋଇଥିବା ବେଳେ ଗୋଟିଏ ଗୋଷ୍ଠୀର ରଞ୍ଜନ ବେହେରାଙ୍କ ଜଂଘରେ ତେଣ୍ଟା ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ରଞ୍ଜନଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ । କିନ୍ତୁ ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଗଣ୍ଡଗୋଳରେ ଶଙ୍କର୍ଷଣ ଓ ତାଙ୍କ ପତ୍ନୀ ତନୁଶ୍ରୀ ମଧ୍ୟ ଆହତ ହୋଇଛନ୍ତି । ଗୋଷ୍ଠୀ ସଂଘର୍ଷରେ ସାମାନ୍ୟ ଆହତ ହୋଇଥିବା ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.