Latest Odisha News

BREAKING NEWS

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି, ବଡ଼ଦାଣ୍ଡରେ ସ୍ଥିତି ପରଖିଲେ ଏସପି

ପୁରୀ : ଦିନକ ପରେ ବାହୁଡା ଯାତ୍ରା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ । ଏଥିପାଇଁ ତିନି ରଥର ଦକ୍ଷିଣ ମୋଡ ବି ଶେଷ ହୋଇଛି । ବାହୁଡା ଯାତ୍ରା ପାଇଁ ଆସନ୍ତାକାଲି ରାତି ୮ଟାରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ । ତେବେ ଏହା ପୂର୍ବରୁ ବଡ଼ଦାଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଏସପି କେ ବିଶାଲ ସିଂ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବଡଦାଣ୍ଡରେ ବୁଲି ସ୍ଥିତି ତଦାରଖ କରିଛନ୍ତି ପୁରୀ ଏସପି ।

ବାହୁଡାରେ କିଭଳି ଆଇନ ଶୃଙ୍ଖଳା ଓ ଏସଓପି ଅନୁପାଳନ ହେବ, ସେ ନେଇ ଏସପି ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରେ ଥିବା ଲଜ, ହୋଟେଲ, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ସହ ଆଲୋଚନା କରିଛନ୍ତି । ଡ୍ରୋନ ମାଧ୍ୟମରେ ନଜର ରଖାଯାଉଥିବା ପୁରୀ ପୋଲିସ ପକ୍ଷରୁ କୁହାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ତଥା ରଥଯାତ୍ରା ଦିନ ଏସଓପି ଉଲ୍ଲଂଘନ ହୋଇଥିବା ବେଳେ ବାହୁଡା ଯାତ୍ରାରେ ଏହାକୁ ଏଡାଇବା ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି ।

ବଡଦାଣ୍ଡରେ ଥିବା ସମସ୍ତ ଘରୋଇ ଓ ବେସରକାରୀ ତଥା ଅନୁଷ୍ଠାନର କରାଯାଉଛି ସର୍ଭେ । ଆସନ୍ତାକାଲି ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ଲାଗି କର୍ଫ୍ୟୁ । ଏସଓପି ନିୟମକୁ କଡାକଡି ପାଳନ କରାଯିବା ସହ କେବଳ ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟକେହି ବଡଦାଣ୍ଡର ଘରେ ରହିବେ ନାହିଁ । ବଡଦାଣ୍ଡରେ କରାଯିବ ଭିଡିଓ ଗ୍ରାଫି । ପରବର୍ତ୍ତି ସମୟରେ ଏହି ଭିଡିଓକୁ ତର୍ଜମା କରି ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.