Latest Odisha News

ଉତ୍ତରପ୍ରଦେଶରେ ହେବ ନାହିଁ କନଓ୍ବର ଯାତ୍ରା

ଉତ୍ତରପ୍ରଦେଶ : ମହାମାରୀ କରୋନା କାରଣରୁ ଉତ୍ତରପ୍ରଦେଶରେ ହେବ ନାହିଁ କନଓ୍ବର ଯାତ୍ରା । ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିବା ପରେ ଯାତ୍ରା ନିଷ୍ପତ୍ତିରୁ ଓହରିଛନ୍ତି ଆୟୋଜକ । କମିଟିକୁ ରାଜ୍ୟ ସରକାର ଯାତ୍ରା ବନ୍ଦ କରିବା ଲାଗି ଅନୁରୋଧ କରିବା ପରେ ଯାତ୍ରା ନିଷ୍ପତ୍ତିରୁ ଓହରିଛି କମିଟି । ତେବେ ସୋମବାର ସୁଦ୍ଧା ଯାତ୍ରା ବନ୍ଦ ନେଇ କୌଣସି ନିଷ୍ପତ୍ତି ନିଆ ନଗଲେ ନିଜ ଆଡୁ ହସ୍ତକ୍ଷେପ କରିବା ଲାଗି ସୁପ୍ରିମକୋର୍ଟ ଚରମବାଣୀ ଶୁଣାଇବା ପରେ ମୁଣ୍ଡ ନୂଆଇଁଛନ୍ତି ଆୟୋଜକ ।

କୋଭିଡ କାଳରେ ଯାତ୍ରା ବନ୍ଦ କରିବା ଦିଗରେ ଯୋଗୀ ଆଦିତ୍ୟନାଥ ସରକାର ପଦକ୍ଷେପ ନେଉ ନଥିବାରୁ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ ହୋଇଥିଲେ । ସୂଚନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ନବନିତ ସେହଗଲ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏହି ଯାତ୍ରା ବନ୍ଦ କରିବା ଲାଗି କନଓ୍ବର ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୫ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବାର ଥିଲା । ପ୍ରତିବର୍ଷ ପ୍ରାୟ ୩ କୋଟି ଭକ୍ତ ଏହି ଯାତ୍ରାରେ ସାମିଲ ହେଉଥିଲେ । ହେଲେ ଚିଳିତ ବର୍ଷ କରୋନା କାରଣରୁ କନଓ୍ବର ଯାତ୍ରାକୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.