Latest Odisha News

BREAKING NEWS

ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ,୬ ଗୁରୁତର

ଭୁବନ: ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ , ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଗୁରୁତର ।
ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି । ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଜଣ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ।

ବ୍ରାହ୍ମଣୀ ନଦୀ କୂଳରେ ଥିବା ମାର୍ଥାପୁର ବାଲିଘାଟ ସୀମା ନିର୍ଦ୍ଧାରଣକୁ ନେଇ କିଛି ମାସ ହେବ ସଂଘର୍ଷ ଲାଗି ରହିଥିଲା । ଯାହାକୁ ନେଇ ଗତ କାଲି ରାତିରେ ପରିସ୍ଥିତି ଭୟଙ୍କର ହୋଇଥିଲା । ଏହି ଗୋଷ୍ଠୀ ସଂଘର୍ଷରେ ଯମୁନାକୋଟ ଗାଁର ସଂଜୀବ ବାରିକ, ସର୍ବେଶ୍ୱର ବାରିକ ଓ ଶିବ ପ୍ରସାଦ ବାରିକ ଗୁରୁତର ହୋଇ ଭୁବନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

ମାର୍ଥାପୁର ଗାଁରେ ଥିବା ଦୁଇ ଗୋଟି ବାଲିଘାଟକୁ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଗତ ଜୁଲାଇ ମାସରେ ନିଲାମ କରାଯାଇ ସୁକୁମାର ମିଶ୍ର ଓ ସୁବ୍ରତ ସାହୁଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ନଦୀରୁ ବାଲି ଉଠାଣ ବେଳେ ସୀମା ନିର୍ଦ୍ଧାରଣକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ଗତ କାଲି ରାତିର ରକ୍ତପାତ ଦେଖିବାକୁ ମିଳିଛି । ଏ ନେଇ ଭୁବନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.