Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ବୁକିଙ୍କ ଫେଭରାଇଟ ଟିମ୍ ଇଣ୍ଡିଆ

ଦୁବାଇ: ଭାରତ ଏଥର ଟି୨୦ ବିଶ୍ୱକପ କ୍ରିକେଟ ଟାଇଟଲ ହାସଲ କରିବ ବୋଲି ବୁକିମାନେ ଦାବୀ କରିଛନ୍ତି । ଭାରତ ପଛକୁ ଇଂଲଣ୍ଡ ରହିଛି । ୨୦୦୭ରେ ପାକିସ୍ତାନକୁ ଫାଇନାଲରେ ହରାଇ ଚାମ୍ପିୟନ ହୋଇଥିବା ଟିମ୍ ଇଣ୍ଡିଆର ଏହି ଫର୍ମାଟରେ ଭଲ ରେକର୍ଡ ରହିଛି । ଟି୨୦ ବିଶ୍ୱକପରେ ଭାରତ ୩୩ ମ୍ୟାଚରୁ ୨୦ରେ ବିଜୟ ହାସଲ କରିଛି । ଭାରତର ବିଜୟ ପ୍ରତିଶତ ୬୪ ରହିଛି । ଭାରତ ଆଗରେ କେବଳ ଶ୍ରୀଲଙ୍କା (୬୫ ପ୍ରତିଶତ) ରହିଛି ।

ଅନଲାଇନ ବେଟିଂ ପ୍ଲାଟଫର୍ମ ବିଇଟି୨୬୫ ଓ ଲ୍ୟାଡବ୍ରୋକର୍ସ ମତରେ ଭାରତ କିମ୍ବା ଇଂଲଣ୍ଡ ଏଥର ବିଶ୍ୱକପ ଜିତବେ । ଏହା ପଛକୁ ଯଥାକ୍ରମେ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ରହିଛନ୍ତି । ପ୍ରମୁଖ ୭ଟି ଟିମ ମଧ୍ୟରେ ଦକ୍ଷିଣ ଆଫ୍ରିକାର ବିଶ୍ୱକପ ଜିତିବା ସମ୍ଭାବନା କ୍ଷୀଣ ରହିଛି ବୋଲି ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.