Latest Odisha News

BREAKING NEWS

ଗ୍ରୁପ ଟଙ୍କାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ

ଗଞ୍ଜାମ: ମହିଳା ଏସ୍‌ଏଚ୍‌ଜି ଗ୍ରୁପ ଟଙ୍କାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଉଜ୍ଜଳା ପଲ୍ଲୀ ଗାଁରେ ଘଟିଛି ଏହି ଘଟଣା ।

ସୂଚନା ଯୋଗ୍ୟ ଯେ, ଦୁଇଟି ମହିଳା ଗୋଷ୍ଠୀ ଶୁକ୍ରବାର ଦିନ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ୍ କୁ ଯାଇ ଟଙ୍କା ଡିପୋଜିଟ୍ କରିଥିଲେ । ଏହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ଏପରକି ମାରପିଟ ମଧ୍ୟ ହୋଇଥିଳେ । ଏହାପରେ ଶନିବାର ପୁଣି ଥରେ ଗାଁକୁ ଆସି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି ।

ଏନେଇ ବେଗୁନିଆପଡା ଫାଣ୍ଡିରେ ଉଭୟ ଗୋଷ୍ଠୀ ମାମଲା ରୁଜୁ ହୋଇଛି । ପୋଲିସ ଘଟଣା ତଦନ୍ତ ଜାରି ରଖିଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.