Latest Odisha News

BREAKING NEWS

କରୋନା ଯୋଗୁ ଫାଇଦାରେ ଓଟିଟି ପ୍ଲାଟଫର୍ମ : ୨୦୨୪ ସୁଦ୍ଧା ଲାଭ ହେବ ୭୪୦୦ କୋଟି

ମୁମ୍ବାଇ:କରୋନା ମହାମାରୀ ଯୋଗୁ ବିଗ୍ ବ୍ୟାନରର ଫିଲ୍ମ ଥିଏଟର ବଦଳରେ ଓଟିଟି ( ଓଭର ଦି ଟପ୍‌) ପ୍ଲାଟଫର୍ମରେ ରିଲିଜ କରିବାକୁ ପସନ୍ଦ କରୁଛନ୍ତି । ୨୦୨୪ ବେଳକୁ ଏହି ପ୍ଲାଟଫର୍ମରେ କେବଳ ୭୪୦୦ କୋଟି ଆୟ ହେବ ବୋଲି ଆକଳନ କରାଯାଉଛି । ନିକଟରେ ଗୁଲାବୋ ସିତାବୋ ଓଟିଟିରେ ଫିଲ୍ମ ରିଲିଜ କରିଥିଲା ଏବଂ ଭଲ ଲାଭ ମଧ୍ୟ ପାଇଥିଲା । ବଲିଉଡରେ ରେ ସାରା ଦେଶରେ ଗୋଟିଏ ଫିଲ୍ମ ରିଲିଜ ପାଇଁ ୯୬୦୦ ସ୍କ୍ରିନ ଉପଲବ୍ଧ ଅଛି । ଅନ୍ୟପଟେ ଓଟିଟିରେ କେବଳ ନେଟଫ୍ଲିକ୍ସର ଭାରତରେ ୧.୧ କୋଟି ସବସ୍କ୍ରାଇବର୍ସ ରହିଛନ୍ତି । ସାରା ବିଶ୍ୱରେ ୧୮.୧ କୋଟି ପେଡ ୟୁଜର୍ସ ରହିଛନ୍ତି । ଆମାଜାନ ପ୍ରାଇମ ୨୦୦ ଦେଶରେ ପହଂଚି ସାରିଲାଣି ।

ଏକ ରିପୋର୍ଟ ମୁତାବକ ୨୦୧୯ରେ ବଲିଉଡର ଓଭରାଲ ଆୟ ୪୪୦୦ କୋଟି ଥିଲା । ଅପରପକ୍ଷରେ ଓଟିଟି ୧୨୦୦ କୋଟି ଆୟ କରିଥିଲା । କରୋନା ପରେ ସାଧାରଣତଃ ଦର୍ଶକ ଓଟିଟିକୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ଯଦି ଏହା ହୁଏ ତାହାହେଲେ ୨୦୨୪ ବେଳକୁ ଏହି ପ୍ଲାଟଫର୍ମରେ କେବଳ ୭୪୦୦ କୋଟି ଆୟ ହେବ ।

Leave A Reply

Your email address will not be published.