Latest Odisha News

BREAKING NEWS

ଗଞ୍ଜାମରେ ନାମାଙ୍କନ ଦାଖଲ ବେଳେ ଗୋଷ୍ଠୀ ସଂଘର୍ଷ , ୪ ଆହତ

ଗଞ୍ଜାମ : ଗଞ୍ଜାମରେ ନାମାଙ୍କନ ଦାଖଲ ବେଳେ ଗୋଷ୍ଠୀ ସଂଘର୍ଷ ।ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ । ନାମାଙ୍କନ ଦାଖଲ ବେଳେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନାରେ ଗୋଷ୍ଠୀ ସଂଘର୍ଷ ହୋଇଛି ।ଦୁଇ ଗୋଷ୍ଠ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ୪ ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ଆଗରୁ ଦୁଇ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିଲା ବୋଲି ଜଣାପଡିଛି ।ଧରାକୋଟ ପୋଲିସ ଘଟଣାର ତଦନ୍ତ କରୁଛି ।

 

Comments are closed.