Latest Odisha News

BREAKING NEWS

ଜମି ପାଇଁ ୨ଗୋଷ୍ଠୀ ମୁହାଁମୁହିଁ: ୭ ଗୁରୁତର

କେନ୍ଦ୍ରାପଡା: ଆଳି ଥାନା ମାଣିକପାଟଣା ଗାଁରେ ଜମି ପାଇଁ ଗୋଷ୍ଠୀ ସଂଘର୍ଷ । ଏଥିରେ ୭ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଜମି ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ସାମ୍ନାକୁ ଆସିଛି ।

ସୂଚନାଥାଉକି, ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆଳି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.