Latest Odisha News

ଘରେ ପ୍ରସ୍ତୁତ କରନ୍ତୁ ହେୟାର ଷ୍ଟ୍ରେଟନିଂ ମାସ୍କ

ଭୁବନେଶ୍ବର: ପାର୍ଲରରେ ହେୟାର ଷ୍ଟ୍ରେଟନିଂ କରିବା ପାଇଁ ଅର୍ଥ ଅଧିକ ଲାଗେ । ଏହାପରେ ଷ୍ଟ୍ରେଟନିଂ କେଶର ଯନ୍ତ୍ରନେବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ । ତେଣୁ ଆପଣ ଘରେ ହିଁ ନିଜେ ହେୟାର ଷ୍ଟ୍ରେଟନିଂ ମାସ୍କ କରି କେଶକୁ ସୁନ୍ଦର କରି ପାରିବେ । ଏଥିସହ ଏହା କେମିକାଲ ଫ୍ରି ମଧ୍ୟ ହେବ ।

– କେଶ ପାଇଁ କଦଳୀ ଏବଂ ଦୁଇ ଚାମଚ ମହୁ ମିଶାଇ ପେଷ୍ଟ ତିଆରି କରନ୍ତୁ । ଅଧା ଘଂଟା ପରେ ଏହି ପେଷ୍ଟକୁ ଭଲଭାବରେ ଲଗାଇ ଧୋଇ ଦିଅନ୍ତୁ । ଏହି ମାସ୍କକୁ ଯଦି ଆପଣ ପ୍ରତି ସପ୍ତାହରେ ଲଗାନ୍ତି ତେବେ କିଛି ଦିନପରେ ଆପଣଙ୍କ କେଶ ସିଧା ହେବାକୁ ଲାଗିବ ।

-ଆଲୋବେରା ଜେଲ୍ (ତାଜା ତଥା ସତେଜ୍ ଆଲୋବେରା ବ୍ୟବହାର କରନ୍ତୁ) ଏବଂ ନଡିଆ ତେଲକୁ କିଛି ସମୟ ମିଶାଇକି ରଖନ୍ତୁ । ଏହାପରେ ଏହାକୁ କେଶରେ ଭଲଭାବରେ ଲଗାଇ ତାକୁ ଘଣ୍ଟାଏ ଯାଏଁ ଛାଡିଦିଅନ୍ତୁ । ଏହାପରେ ମାଇଲ୍ଡ ସାମ୍ପୁ ଏବଂ ନର୍ମାଲ ପାଣିରେ କେଶକୁ ଧୋଇଦିଅନ୍ତୁ । ଏହି ମାସ୍କକୁ ସପ୍ତାହରେ ଦୁଇଥର କେଶରେ ଲଗାନ୍ତୁ ।

-୧/୪ କପ କ୍ଷୀରରେ ୨ ବଡ ଚାମଚ ମହୁ ମିଶାଇ ତାକୁ ମିକ୍ସ କରିଦିଅନ୍ତୁ । ଏହାପରେ ଏହାକୁ ଭଲଭାବରେ କେଶରେ ଲଗାନ୍ତୁ । ୨ ଘଣ୍ଟା କେଶରେ ରଖିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

-୧/୪ କପ ନଡିଆ ରସ ଏବଂ ଏକ ବଡ ଚାମଚ ଲେମ୍ବୁର ରସ ମିଶାଇ ଦିଅନ୍ତୁ ଓ ଫ୍ରିଜରେ ରଖିଦିଅନ୍ତୁ । ଗୋଟେ ଦିନ ପରେ ଏହାକୁ କେଶରେ ଲଗାନ୍ତୁ । କେଶରେ ଏହାକୁ ୩୦ ମିନିଟ ରଖିବା ପରେ ନର୍ମାଲ ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ । ଏପରି ଆପଣ ସପ୍ତାହକୁ ଦୁଇ ତିନି ଥର ଲଗାଇପାରିବେ ।

-ଗୋଟିଏ ଅଣ୍ଡାର ଧଳା ଅଂଶ ଏବଂ ୫ ଚାମଚ ଚାଉଳ ଗୁଣ୍ଡ ନେଇ ଏହାକୁ କ୍ଷୀରରେ ମିଶାଇ ଦିଅନ୍ତୁ । ଏହି ମାସ୍କ ପ୍ରସ୍ତୁତ ହୋଇଯାଇଛି । ଏହାକୁ ଭଲ ଭାବରେ କେଶରେ ଲଗାଇଦିଅନ୍ତୁ । ଏହାପରେ ଏହାକୁ ଘଣ୍ଟେ ପରେ ଧୋଇଦିଅନ୍ତୁ ।

 

Comments are closed.