Latest Odisha News

BREAKING NEWS

ବିକାଶ ଦର କମିଛି, କିନ୍ତୁ ଆର୍ଥିକ ମାନ୍ଦାବସ୍ଥା ନାହିଁ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦେଶରେ ଆର୍ଥିକ ଅବସ୍ଥା ଉପରେ ନିଜର ବକ୍ତବ୍ୟ ରଖିଛନ୍ତି |ରାଜ୍ୟସଭା ରେ ବୁଧବାର ଦିନ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, ଦେଶରେ ଆର୍ଥିକ ବିକାଶ ଦର କମିଛି, ହେଲେ ମାନ୍ଦା ଅବସ୍ଥା ନାହିଁ |

“ଯଦି ଅର୍ଥବ୍ୟବସ୍ଥାକୁ ଠିକ ଢଙ୍ଗରେ ଦେଖିବେ ତ ବିକାଶ ଦରରେ କମ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ଆର୍ଥିକ ମାନ୍ଦାବସ୍ଥା ପରିବେଶ ଆସିନାହିଁ ଓ ନା ଆସିବ |’ ଆର୍ଥିକ ବିକାଶ ଦର ସାଢ଼େ ଛଅ ବର୍ଷ ଭିତରେ ସବୁଠୁ ଖରାପ ହୋଇଛି ବୋଲି ସେ କହିଥିଲେ।

ବିରୋଧୀ ଦଳଙ୍କ ଦ୍ଵାରା ଅର୍ଥବ୍ୟବସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣ ବାହାର ପ୍ରଶ୍ନ ର ଜବାବରେ ଅର୍ଥମନ୍ତ୍ରୀ ନକହିଲେ ଯେ ସବୁ ଘରୋଇ ଉତ୍ପାଦ ବିକାସ ଦର ୨୦୦୯-୨୦୧୪ ମଝିରେ ୬.୪% ଥିଲା, ୨୦୧୪-୨୦୧୯ ମଝିଭାଗରେ ବିକାଶ ଦର ୭.୫% ଥିଲା | ଏନଡିଏ ସରକାର ସମୟରେ ଅର୍ଥବ୍ୟବସ୍ଥା ଖୁବ ଭଲ ଅଛି | ଏହାସହ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ବେଶ ବଢିଛି | ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ମହଙ୍ଗା ଉପରେ ନିଜ ନିୟନ୍ତ୍ରଣ ରଖିଛନ୍ତି | ସୀତାରମଣ କହିଲେ ଯେ, ୨୦୦୯-୨୦୧୪ ରେ ବିଦେଶୀ ପୁଞ୍ଜିନିବେଶ ୧୮୯.୫ ଥିଲାବେଳେ ଏନଡିଏ ସରକାରଙ୍କ ସମୟରେ ଏହା ୨୮୩.୯ ରହିଛି |

ଆହୁରି ମଧ୍ୟ ଅର୍ଥମନ୍ତ୍ରୀ କହିଥିଲେ ଯେ , ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କମାନଙ୍କ ଦ୍ୱାରା ଲୋକମାନଙ୍କୁ ୨.୫ ଲକ୍ଷ କୋଟି ଋଣ ଦିଆଯାଇଛି | ଯାହା ସମ୍ଭବ ହୋଇଛି ସରକାର ବ୍ୟାଙ୍କ ମାନଙ୍କୁ ୭୦ ହଜାର କୋଟି ନୂଆ ପୁଞ୍ଜି ଦେଇଛନ୍ତି | ଉଦ୍ୟୋଗ ମାନଙ୍କୁ ସାହାଯ୍ୟ ପାଇଁ ସରକାର ବହୁତ କିଛି ପଦକ୍ଷେପ ନିଆଯାଅଛି | ଅର୍ଥବ୍ୟବସ୍ଥା ସୁଧାର ପାଇଁ ଏପର୍ଯ୍ୟନ୍ତ ସରକାର ୩୨ ପଦକ୍ଷେପ ନେଇଛନ୍ତି | ଯାହାର ସୁପରିଣାମ ୨୦୧୯-୨୦୨୦ ବର୍ଷରେ ଜିଏସଟି ୬.୬୩ ଲକ୍ଷ କୋଟି ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରଥମ ସାତ ମାସ ଭିତରେ ଏହି ଲକ୍ଷ୍ୟ ପୂରଣ ହୋଇଛି | ଅର୍ଥ ବ୍ୟବସ୍ଥା ସଂବଧିୟ ସମସ୍ୟା ଉପରେ ସରକାରଙ୍କ ତ୍ୱରିତ ପଦକ୍ଷେପ ରଖିଛି |

ପ୍ରଧାନମନ୍ତ୍ରୀ ନିଜେ ଏହା ତଦାରଖ କରୁଛନ୍ତି | କିଷାନ ଆମଦାନୀ ଦୁଇଗୁଣା କରିବାପାଇଁ ଧ୍ୟାନ ଦିଆଯାଉଛି | କିଷାନ ଅଭାବି ବିକ୍ରୀ ପାଇଁ କହିଲେ ଯେ, କିଷାନ ମାନଙ୍କ ଉତ୍ପାଦନ ର ସଠିକ ମୂଲ୍ୟ ଦିଆଯିବ |

ଅର୍ଥବ୍ୟବସ୍ଥା ଉପରେ ଅର୍ଥମନ୍ତ୍ରୀ ଅଟୋମୋବାଇଲ ଆଦି କ୍ଷେତ୍ର ଉପରେ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ |

Leave A Reply

Your email address will not be published.