Latest Odisha News

ପ୍ରେମିକାକୁ ବିବାହ କରିଥିବା ଦାବି କରି ଧାରଣାରେ ବସି ରହିଲେ ପ୍ରେମିକ !

ଭୁବନେଶ୍ୱର: ଜଣେ ଯୁବକ ନିଜ ପ୍ରେମିକାଙ୍କ ଘର ଆଗରେ ଧାରଣା ଦେବା ସହ ସମ୍ପୃକ୍ତ ଯୁବତୀ ତାଙ୍କ ପତ୍ନୀ ଓ ଉଭୟ ବିବାହ କରିଥିବା ନେଇ ଦାବି କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ।

BjdElectrycity

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାଖାପାଖି ୬ ବର୍ଷ ପୂର୍ବେ ଆମେ ଦୁହେଁ କୋର୍ଟ ମ୍ୟାରେଜ୍ କରିଥିଲୁ । ଆମ ଘର ଲୋକେ ସ୍ୱିକୃତି ମଧ୍ୟ ଦେଇଥିଲେ । ଏପରିକି ଆମ ଘରେ ସମସ୍ତ ଉତ୍ସବରେ ତା’ର ଅବାଧ ଚଳପ୍ରଚଳ ରହିଥିଲା ବୋଲି ଯୁବକ ଜଣକ ଦାବି କରିଛନ୍ତି ।

ଉଭୟ ୨୦୧୩ରେ କୋର୍ଟରେ ବିବାହ କରିଥିବା ନେଇ ଦାବି କରି ଯୁବକ ତତସମ୍ବନ୍ଧୀୟ କାଗଜପତ୍ର ମଧ୍ୟ ଦେଖାଛନ୍ତି । ଯୁବତୀ ଜଣକ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବେଳେ ତାଙ୍କୁ ଘରକୁ ନେଇଯିବା ଲାଗି ସମ୍ପୃକ୍ତ ଯୁବକ ଅଡି ବସିଥିବା ନେଇ ସୁତ୍ରରୁ ପ୍ରକାଶ ।

ଯୁବକଙ୍କ ଏଭଳି ଧାରଣା ନେଇ ଯୁବତୀଙ୍କ ପରିବାର ବର୍ଗ ପୋଲିସକୁ ସୂଚନା ଦେଇଛନ୍ତି ।

ତେବେ ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.