Latest Odisha News

BREAKING NEWS

ସାଟେଲାଇଟ ଇମେଜରୁ ସାମନାକୁ ଆସିଲା ପ୍ରତାରକ ଚୀନର ଚାଲିକି

ଗଲଓ୍ୱାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ସୀମାରେ ବଢ଼ିଛି ଟେନସନ୍ । ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଦୁଇ ଦେଶ ମଧ୍ୟରେ ସାମରିକସ୍ତରୀୟ ଆଲୋଚନା ଚାଲିଛି । କୁଟନୈତିକ କଥାବାର୍ତ୍ତା ବି ହେଉଛି । ଏସବୁ ଭିତରେ ମିଛୁଆ ଚୀନର ଆଉ ଏକ କାରସାଦି ଧରା ପକାଇ ଦେଇଛି ସାଟେଲାଇଟ୍ ଇମେଜ୍ ।

ଲେହଠାରୁ ୩୮୨ କିଲୋମିଟର ଦୂର ହୋଟାନ ଏୟାରବେସରେ ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲକୁ ତୟାର କରି ରଖିଛି ଚୀନ୍ । ଯୁଦ୍ଧ ବିମାନ ବ୍ୟତୀତ ଆର୍ଲି ଓ୍ୱାର୍ଣ୍ଣିଂ ଆବାକ୍ସ ଏୟାରକ୍ରାଫ୍ଟ, ଓ ଏୟାର ଡିଫେନ୍ସ ୟୁନିଟକୁ ପ୍ରସ୍ତୁତ କରି ରଖିଛି । ଗଲୱାନ ଘାଟିରୁ ପ୍ରାୟ ଦୁଇ କିଲୋମିଟର ପଛକୁ ଘୁଞ୍ଚିଥିବା ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଭିତିରିଆ ଚାଲ ସାଟେଲାଇଟ୍ ଇମେଜରୁ ଧରାପଡିଛି ।Photo Courtesy: @detresfa_

ଚୀନର ସିନଜିୟାଙ୍ଗ ପ୍ରଦେଶ ନିକଟରେ ରହିଛି ହୋଟାନ୍ ଏୟାରବେସ୍ । ସେଠାରୁ ମାତ୍ର ଗୋଟିଏ ମିନିଟ ଭିତରେ ଲଦାଖ ଆସିପାରିବ ଲଢୁଆ ଯୁଦ୍ଧ ବିମାନ । ଭାରତ ଏବେ ଚୀନର ତାର ଗତିବିଧି ଉପରେ ତୀକ୍ଷଣ ନଜର ରଖୁଛି । ସୀମାରେ ବାୟୁସେନା ପକ୍ଷରୁ ଏୟାର ପାଟ୍ରୋଲିଂ ଜାରି ରହିଛି ।

ଗଲଓ୍ୱାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ସୀମାରେ ଶାନ୍ତି ବଜାୟ ଓ ସେଭଳି ପରିସ୍ଥିତିର ପୁନରାବୃତ୍ତି ଯେଭଳି ନହୁଏ ସେନେଇ ଆଲୋଚନା ଚାଲିଛି । କିନ୍ତୁ ପ୍ରତାରକ ଡ୍ରାଗନ୍ ସବୁବେଳେ କହେ ଗୋଟିଏ କଥା, କାମ କରିଥାଏ ଅଲଗା । ବିଶ୍ୱାସଘାତକ ଚୀନ କେତେ ବିଶ୍ୱାସଯୋଗ୍ୟ ତାହା ସମୟ ହିଁ କହିବ ।

Leave A Reply

Your email address will not be published.