Latest Odisha News

BREAKING NEWS

ଆଜି ଜିଏସଟି କାଉନ୍ସିଲ୍ ବୈଠକ: ଗୁଟଖା-ପାନ ମସଲା, ଅନଲାଇନ୍ ଗେମିଂ ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ: ଗୁଟଖା, ପାନ ମସଲା ଉପରେ ବଢିପାରେ ଟ୍ୟାକ୍ସ । ଅନଲାଇନ ଗେମିଂ, କ୍ୟାସିନୋ ଓ ହର୍ସ ରେସିଂ ଉପରେ ବି ଅଧିକ ପ୍ରତିଶତ ଲାଗିପାରେ ଜିଏସଟି । କାରଣ ଆଜି ବସିବାକୁ ଯାଉଛି ଜିଏସଟି କାଉନସିଲର ୪୮ତମ ବୈଠକ ।

ଗୁଟଖା-ପାନ ମସଲାରେ ୩୮ % ଟିକସ ଲଗାଇବା ନେଇ ପ୍ରସ୍ତାବ ରହିଛି । ଏହା ସହିତ ଅନଲାଇନ ଗେମିଂ, କ୍ୟାସିନୋ ଓ ହର୍ସ ରେସିଂ ଉପରେ ୨୮% ଜିଏସଟି ଲଗାଇବା ନେଇ ବି ପ୍ରସ୍ତାବ ରହିଛି । ଏହି ଦୁଇ ପ୍ରସଙ୍ଗରେ ଆଜି ଆଲୋଚନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗ୍ରୁପ ଅଫ୍ ମିନିଷ୍ଟର୍ସ ବା ମନ୍ତ୍ରୀଗୋଷ୍ଠୀ ଏସବୁ ଉପରେ ଜିଏସଟି ବଢାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବୈଠକରେ ଏହି ପ୍ରସ୍ତାବ ଗୃହୀତ ହେଲେ, ଆଗକୁ ପାନ-ମସଲା ମହଙ୍ଗା ହେବ । ଆଉ ଏସବୁ ବିକ୍ରି ଉପରେ ସରକାରଙ୍କୁ ଅଧିକ ରାଜସ୍ୱପ୍ରାପ୍ତ ହେବ । ଗୁଟଖା ଓ ପାନ ମସଲା ଉପରେ ଏହି ଟିକସ ରିଟେଲ ମୂଲ୍ୟ ଉପରେ ଲାଗୁ ହେବ ।

ସେହିପରି ଅନଲାଇନ ଗେମିଂ, କ୍ୟାସିନୋ ଓ ହର୍ସ ରେସିଂ ଉପରେ ଟିକସକୁ ବଢାଇ ୨୮ ପ୍ରତିଶତ କରିବାକୁ ଚିନ୍ତା କରୁଛି ଜିଏସଟି ପରିଷଦ ।କିନ୍ତୁ ଗେମିଂ ଇଣ୍ଡଷ୍ଟ୍ରି ଗୁଡିକ ଅନଲାଇନ ଗେମ ଉପରେ ୧୮ ପ୍ରତିଶତ ଟିକସ ବଜାୟ ରଖିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.